ଫେସବୁକରେ ଆସିଲା ଇନଷ୍ଟାଣ୍ଟ ଲୋନର ମେସେଜ, ଏବେ ଟଙ୍କା ମାଗୁଛି ହ୍ୟାକର

କଟକ,(ନାଗରାଜ ନ୍ୟୁଜ): ଫେସବୁକରେ ଆସିଲା ଇନଷ୍ଟାଣ୍ଟ ଲୋନର ମେସେଜ। ଲିଙ୍କରୁ ଡାଉନଲୋଡ଼ ହେଲା ଆପ୍ସ । ଆଉ ତାପରେ ଏକାଉଣ୍ଟକୁ ଆସିଲା ୩ ହଜାର ୮୫୦ ଟଙ୍କା ।  ହେଲେ ସେତେବେଳେକୁ ମୋବାଇଲ ଫୋନରୁ ସବୁ ଡାଟା ଚାଲିଯାଇଥିଲା ହ୍ୟାକର ପାଖକୁ । ଆଉ ସେ ଡାଟା ଓ କଣ୍ଟାକଟ ଲିଷ୍ଟକୁ ନେଇ ଏବେ ବ୍ଲାକମେଲ କରିବା ସହ ଟଙ୍କା ମାଗୁଛି ହ୍ୟାକର। ଏହା ସହ କଣ୍ଟାକ୍ଟ ଲିଷ୍ଟରୁ ନମ୍ବର ନେଇ ଅନ୍ୟମାନଙ୍କୁ ମଧ୍ୟ ଠକୁଛି ସେ। ଏଭଳି ଠକେଇର ଶିକାର ହୋଇଛନ୍ତି ସାଲେପୁର ବିଶ୍ୱନାଥପୁର ଗାଁର ଇଜହାର ଅହମ୍ମଦ। ଇଜହାରଙ୍କ ସମସ୍ତ ବ୍ୟକ୍ତିଗତ ଡାଟା ସହ ସମସ୍ତ କଣ୍ଟାକ୍ଟ ଲିଷ୍ଟକୁ ମଧ୍ୟ ହ୍ଵାଟ୍ସଆପରେ ସେ ସେୟାର କରି ପ୍ରତି ମୁହୂର୍ତ୍ତରେ ଠାକୁଛି ସେ। ଏନେଇ ଇଜହାର ସାଇବର ପୋଲିସକୁ ଅନଲାଇନ ମାଧ୍ୟମରେ ଜଣାଇଛନ୍ତି ।

Leave a Reply

Your email address will not be published.