ରେଭେନ୍ସା ସମାଜଶାସ୍ତ୍ର ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ଆଲୋଚନା ଚକ୍ର

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ରେଭେନ୍ସା ବିଶ୍ଵବିଦ୍ୟାଳୟ ସମାଜ ଶାସ୍ତ୍ର ବିଭାଗ ଆନୁକୂଲ୍ୟରେ ବିକାଶ, ଧାରଣୀୟତା ଓ ଜୀବିକାର ସମ୍ଭାବନା ଓ ଆହ୍ୱାନ ଶୀର୍ଷକରେ ଏକ ଅନ୍ତର୍ଜାତୀୟ ଆଲୋଚନା ଚକ୍ର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି | ସମାଜ ଶାସ୍ତ୍ରର ବିଭାଗୀୟ ମୁଖ୍ୟ ପ୍ରଫେସର ବିକ୍ରମ କେଶରୀ ମିଶ୍ରଙ୍କ ସଂଯୋଜନାରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର କୁଳପତି ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ସଭାପତିତ୍ବ କରିଥିଲେ | ଉଦଘାଟକ ରୂପେ ପୂର୍ବତନ ଆୟକର ଅଧିକାରୀ ତଥା ବିକଳ୍ପ ଜୀବିକା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସମ୍ବିତ ତ୍ରିପାଠୀ ଜୀବିକା ନିମିତ୍ତ ଅନୁକୂଳ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ | ପଞ୍ଚାୟତିରାଜ ଓ ଜଳ ସମ୍ପଦ ପ୍ରକଳ୍ପ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ଅରିନ୍ଦମ ଡାକୁଆ ଏବଂ ଲଖ୍ନୌ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ରର ପ୍ରଫେସର ଦୀପ୍ତି ରଞ୍ଜନ ସାହୁ ଯୋଗ ଦେଇ ବିକାଶ, ଧରଣୀୟ ବିକାଶ ଏବଂ ସାମ୍ପ୍ରତିକ ଜୀବିକା କ୍ଷେତ୍ର ବିଷୟରେ ସମ୍ଭାବନାପୂର୍ଣ୍ଣ ମତାମତ ପ୍ରଦାନ କରିଥିଲେ | କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଶିଳ୍ପ ଭିତ୍ତିକ ବିକାଶର ନକାରାତ୍ମକ ପ୍ରଭାବ ଉପରେ ଆଲୋକପାତ କରିଥିଲେ ଏବଂ ସାମ୍ପ୍ରତିକ ଗବେଷଣା କାର୍ଯ୍ୟ ଗୁଡିକ ଏହି ଦିଗ ଉପରେ ପର୍ଯ୍ୟବେସିତ ହେବା ଆବଶ୍ୟକ ବୋଲି ମତ ପୋଷଣ କରିଥିଲେ | ଏହି ଆଲୋଚନା ଚକ୍ରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ଛାତ୍ର ଛାତ୍ରୀ, ଶିକ୍ଷାବିତ, ଗବେଷକ, ଗବେଷିକା ଯୋଗ ଦେଇଥିଲେ ଏବଂ ଶୀର୍ଷକ ସମ୍ବନ୍ଧୀୟ ପତ୍ର ଉପସ୍ଥାପନ କରିଥିଲେ | ବିଭାଗୀୟ ମୁଖ୍ୟ ପ୍ରଫେସର ବିକ୍ରମ କେଶରୀ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ | ଡକ୍ଟର ଈଶ୍ୱର ଚନ୍ଦ୍ର ନାୟକ ଅତିଥି ପରିଚୟ ଏବଂ ଡ଼କ୍ଟର ମନୋସ୍ମିତା ମହାପାତ୍ର ବିଷୟର ଅବଧାରଣା ଉପସ୍ଥାପିତ କରିଥିଲେ | ଡ଼କ୍ଟର ଜ୍ଞାନ ରଞ୍ଜନ ପୃଷ୍ଟି,ଡ଼କ୍ଟର ରୋଶିନା ୟୁସୁଫି ଏବଂ ଅଧ୍ୟାପିକା ଲୁସି ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଡକ୍ଟର ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ | ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published.