ଶବର ସମ୍ପ୍ରଦାୟର ଉନ୍ନତି ନିମନ୍ତେ ଜଗନ୍ନାଥଙ୍କ ପାଖରେ ଗୁହାରି

ପୁରୀ, (ନାଗରାଜ ନ୍ୟୁଜ)କଟକ ଜିଲ୍ଲା ବାରଙ୍ଗ ବ୍ଲକ ଭାଲୁଙ୍କା ଶବର ସାହିଠାରେ ନୀଳମାଧବଙ୍କ ଅଦ୍ୟ ସେବକ ବିଶ୍ୱାବସୁ ଶବର ମହାରାଜାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ଶବର ସମାଜର ସଂସ୍କୃତି, ଐତିହ୍ୟ, ଧାର୍ମିକ ବିଶ୍ୱାସର ସୁରକ୍ଷା ସଂରକ୍ଷଣ,ପୁନଃଉଦ୍ଧାର କରିବା ଉଦେଶ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଦିବାସୀମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଦିବାସୀମାନେ ପାରମ୍ପରିକ ବେସଭୂଷା ବାଦ୍ୟ ସହିତ ସାଂସ୍କୃତିକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ । ଶୋଭାଯାତ୍ରା ପରେ ସର୍ବଧର୍ମ ସମନ୍ୱୟ ମହାସିଦ୍ଧ ନୀଳପଦ୍ମ ଆଶ୍ରମର ଅଧ୍ୟକ୍ଷ ତଥା ଆଦର୍ଶ ଶିକ୍ଷା ସଂସ୍ଥାର ପ୍ରତିଷ୍ଠାତା ଶ୍ରୀ ଟିକି ବାବାଙ୍କ ପୌରୋହିତ୍ୟରେ ପୂଜାର୍ଚ୍ଚନା କରି ନବ ନିର୍ମିତ ବିଶ୍ୱାବସୁ ଶବର ମହାରାଜାଙ୍କ ପ୍ରତିମୂର୍ତ୍ତିକୁ ଜିବନ୍ୟାସ କରିଥିଲେ ।

ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ମୂର୍ତ୍ତି ଅନାବରଣ କରିଥିଲେ । ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଅଖିଳ ଭାରତୀୟ ଶବର ମହାସଂଘର ସଭାପତି ବାଳକୃଷ୍ଣ ଶବର ଉପସ୍ଥିତ ରହିଥିଲେ । ଏହାପରେ ସେଠୁ ଶବର ପରମ୍ପରରା ଇଷ୍ଟ ଶ୍ରୀ ଜଗନ୍ନାଥଙ୍କ ପାଖକୁ ଯାଇ ତାଙ୍କ ସମ୍ପ୍ରଦାୟ କିପରି ବଞ୍ଚିରହିବେ ଅର୍ଥାତ ଶବର ସମ୍ପ୍ରଦାୟର କିପରି ପୁନଃରୁଦ୍ଧାର ହେବ ଜଗନ୍ନାଥଙ୍କ ପାଖରେ ଗୁହାରି କରିଥିଲେ । ଏନେଇ ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ କହିଥିଲେଯେ, ଜଗନ୍ନାଥ ସଂସ୍କୃତି ହେଉଛି ଶବର ସଂସ୍କୃତି । ଶବର ସଂସ୍କୃତିର ସମସ୍ତ ରୀତିନୀତି ପରମ୍ପରା ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ । ପ୍ରଭୁ ନୀଳମାଧବଙ୍କ ଆଦ୍ୟ ସେବକ ଥିଲେ ବିଶ୍ୱାବସୁ ଶବର । ସେଥିନିମନ୍ତେ ଆମେ ଆମ ଇଷ୍ଟ ଦେବତା ଜଗନ୍ନାଥଙ୍କ ପାଖକୁ ଆସିଛୁ । ଯେପରି ଶବର ସମ୍ପ୍ରଦାୟର ଉନ୍ନତି ହୋଇପାରିବ ।

Leave a Reply

Your email address will not be published.