ପାକ୍ଷିକ ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲା ଯାଜପୁର ଜିଲ୍ଲା

 

ବାଲେଶ୍ୱର, (ନାଗରାଜ ନ୍ୟୁଜ): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ୱର ଦ୍ୱାରା ଅନୁଷ୍ଠିତ ପାକ୍ଷିକ ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ମାସକୁ ଦୁଇଥର ହ୍ଵାଟ୍ସଆପ୍ ମାଧ୍ୟମରେ ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତି ଯୋଗିତା ହୋଇଥାଏ । ଏଥିରେ ବିଭିନ୍ନ ଜିଲ୍ଲାର ଲେଖକ/ଲେଖିକା ମାନେ ଭାଗନେଇଥାନ୍ତି । ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ପ୍ରସଙ୍ଗ ଉପରେ ସମସ୍ତେ ଧାର୍ୟ୍ୟ ସମୟ ମଧ୍ୟରେ ଲେଖି ପଠାଇ ଥାଆନ୍ତି । ସମସ୍ତ ଲେଖାଗୁଡିକୁ ଅନୁଷ୍ଠାନର ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତି ସମୀକ୍ଷା କରିଥାନ୍ତି । ମୁଖ୍ୟ ସମୀକ୍ଷକଙ୍କ ସମୀକ୍ଷା ପରେ ଫଳାଫଳ ଘୋଷଣା ହୋଇଥାଏ । ଏଥରର ପ୍ରତିଯୋଗୀଙ୍କ ପାଇଁ ପ୍ରସଙ୍ଗ ଥିଲା ” ହରିଭାଇ କେବ ହାରେ ନା ” ।

ଯାହାହେଉ ସମସ୍ତଙ୍କର ଲେଖା ଗୁଡିକ ପ୍ରାୟ ଭଲଥିଲା । ଏଥିରେ ପ୍ରଶାନ୍ତ ନାଥ, ସୁନ୍ଦରପୁର, ଯାଜପୁର ଓ ଭାରତୀ ସାହୁ, ଯୁନିଦାପାଟଣା, ଯାଜପୁର, ସଞ୍ଜୁକ୍ତା ସାହୁ, ଜଗତସିଂହପୁର, ପ୍ରିୟମ୍ବଦା ରାଉତ, ମାଲକାନଗିରି, ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ଼, ଯାଜ୍ଞସେନୀ ପଣ୍ଡା, ବାଲିଖଣ୍ଡ, ବାଲେଶ୍ୱର ଓ ମାଧୁରୀ ମିଶ୍ର ଝାରସୁଗୁଡା ଜିଲ୍ଲାରୁ ମୋଟ ୭ ଜଣ ଭାଗନେଇଥିଲେ । ସେଥିମଧ୍ୟରୁ ଭାରତୀ ସାହୁ ପ୍ରଥମ, ରଞ୍ଜୁଲତା ପାଢ଼ୀ ଦ୍ୱିତୀୟ ଓ ପ୍ରଶାନ୍ତ ନାଥ ତୃତୀୟ ସ୍ଥାନ ଅଧିକାର କରି ସନ୍ତୁଷ୍ଟ ହୋଇଛନ୍ତି । ପେଷାରେ ଜଣେ ଗୃହିଣୀ ନିଶାରେ ଜଣେ ସାହିତି୍ୟକା ଶ୍ରୀମତୀ ସାହୁ । ପେଷା ଓ ନିଶା ସତ୍ତ୍ୱେ ବି ଜଣେ ଉତ୍ତମ ଗୃହିଣୀ ହୋଇ ମଧ୍ୟ ସାହିତ୍ୟକୁ ପର କରିନାହାନ୍ତି । ପ୍ରକାଶ ଥାଉକି ଗଦ୍ୟ ସାହିତ୍ୟର ବିକାଶ ପାଇଁ ମୋ ଅନୁଷ୍ଠାନ ଗଠିତ । ଏ ଅନୁଷ୍ଠାନର କାର୍ୟ୍ୟକ୍ରମରେ ଭାଗନେଇ ନିଜର ସାହିତ୍ୟ ଜ୍ଞାନକୁ ବୃଦ୍ଧି କରି ଆନନ୍ଦ ଲାଭ କରୁଥିବାରୁ ଅନୁଷ୍ଠାନ ତରଫରୁ ସମସ୍ତ ସାହିତ୍ୟ ସାଧକ/ସାଧିକା ମାନଙ୍କୁ ସାଧୁବାଦ ଜଣାଯାଇଛି । ଆଗାମୀ ଦିନରେ ଆହୁରି ସୁନ୍ଦର ସୁନ୍ଦର କାର୍ୟ୍ୟକ୍ରମ ପାଇଁ ଅନୁଷ୍ଠାନ ଚିନ୍ତିତ ,କେବଳ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଅନୁଷ୍ଠାନ ପ୍ରତି ରହିବା ଦରକାର ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.