ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ

କଟକ,(ନାଗରାଜ ନ୍ୟୁଜ): ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଯଶୱନ୍ତ ସିଂହଙ୍କୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ । ୧୯୬୧ ମସିହା ଫେବୃଆରୀ ୨୩ ତାରିଖରେ ରୋହତକରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ଯଶୱନ୍ତ ସିଂ। ସେହିପରି ଜଷ୍ଟିସ ପି. ବି. ବରାଲେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ । ଜମ୍ମୁ ଏବଂ କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଅଲ୍ଲି ମୋହମ୍ମଦ ମାଗରେଙ୍କ ନାମ ସୁପାରିଶ ହୋଇଛି। ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲିଧରନଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ତାଙ୍କ ସ୍ଥାନରେ ଜଷ୍ଟିସ ଯଶୱନ୍ତ ସିଂହ ଆସିବେ । ୨୦୨୧ ଜାନୁଆରୀ ୪ ତାରିଖରେ ଜଷ୍ଟିସ୍‌ ଏସ୍‌ ମୁରଲୀଧର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published.