ଆରମ୍ଭ ହୋଇଛି ଖଇରା ବନ୍ଦ, ଦୋଷୀକୁ ଦଣ୍ଡ ନମିଳିବା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ

 

ବାଲେଶ୍ୱର, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ମାଟିର ପୁଅ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁର ସଠିକ୍ ତଦନ୍ତ, ସପୃକ୍ତ ଥିବା ଦୋଷୀକୁ ତୁରନ୍ତ ଦଣ୍ଡ ବିଧାନ ଓ ସୌମ୍ୟଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ପୂର୍ବ ଘୋଷିତ ଅନୁଯାୟୀ ସୋର-କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥକୁ ଖଇରା ବ୍ଲକ ସାମ୍ନାରେ ଅବରୋଧ କରାଯାଇଛି । ସକାଳ ୬ରୁ ଆରମ୍ଭ ହୋଇଛି ବନ୍ଦ ଡାକରା । ଦିବା ୧୨ ପର୍ଯ୍ୟନ୍ତ ଚାଲିବ । ବନ୍ଦ ଯୋଗୁ ଗାଡିମୋଟର ସବୁ ଫେରି ଯାଉଛି । ସମସ୍ତ ଦୋକାନ ବଜାର ରହିଛି ବନ୍ଦ ରହିଥିବାର ଦୃଷ୍ୟ ମଧ୍ୟ ଦେଖିବାକୁ ମିଳିଛି । ଯାତାୟତରେ ସୃଷ୍ଟି ହୋଇଛି ବାଧା । ଆନ୍ଦୋଳନକାରୀ ମାନେ ଚେୟାର ଓ ବେଞ୍ଚ ପକାଇ ରାସ୍ତା ଉପରେ ବସି ରାସ୍ତା ଅବରୋଧ କରିଛନ୍ତି ।

ଆନ୍ଦୋଳନକାରୀଙ୍କ କହିବା କଥା ଅନୁସାରେ ଯଦି ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନହୁଏ ତେବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଉମେଶ ଚନ୍ଦ୍ର ନାୟକ, କୁଞ୍ଜଲତା ମାହୁନ୍ତ ଓ ସଞ୍ଜୟ କୁମାର ବାରିକ । ବୁଦ୍ଧିଜୀବୀଙ୍କ ଡାକରାରେ ଖଇରା ଅଞ୍ଚଳର ସମସ୍ତ ଜନସାଧାରଣ ଓ ଜନହିତ ଯୁବକ ସଙ୍ଘ ସାମିଲ ଏହି ଡାକରାରେ ସାମିଲ ହୋଇଛନ୍ତି ।

Leave a Reply

Your email address will not be published.