ଅପହରଣ ହୋଇଥିବା ନାବାଳିକାକୁ ବିହାରରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ପୋଲିସ କୁଗୋଟିଏ ସପ୍ତାହ ର ଅନୁସନ୍ଧାନ ପରେ ଆଜି ଏକ ବଡ଼ ସଫଳତା ମିଳିଛି। ରାଜଗାଙ୍ଗପୁର ଅଞ୍ଚଳ ର ଜଣେ ରସିକିଆ ଶିକ୍ଷକ ନବମ ଶ୍ରେଣୀ ଛାତ୍ରୀ କୁ ଅପହରଣ କରି ନେଇଥିବା ଛାତ୍ରୀ ଙ୍କ ପରିବାର ତରଫରୁ କୁତ୍ରା ଥାନା ରେ ଗତ ୦୬/୦୩/୦୨୨ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଗମ୍ଭୀର ଭାବରେ ନେଇ ଥାନାଧିକାରୀ ଶୁଶାନ୍ତ କୁମାର ପରିଡ଼ା ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଚାରିଆଡ଼େ ସତର୍କ ଦୃଷ୍ଟି ରଖି ଅନୁସନ୍ଧାନ କରୁଥିଲେ। ହେଲେ କୋୖଣସି ସୂତ୍ରରୁ ଗୁପ୍ତ ସୂଚନା ପାଇଥିଲେ ଯେ, ଅଭିଯୁକ୍ତଜଣକ ନାବାଳିକା କୁ ବିହାର ରାଜ୍ୟର କୁ ନେଇ ଯାଇଛି। ଖବର ମିଳିବା ପରେ ସାଙ୍ଗେ ସାଙ୍ଗେ ଏକ ଟିମ୍ ବିହାର ରାଜ୍ୟର ସିଆନ ଜିଲ୍ଲାରୁ ଆସାମୀ ରସିକିଆ ଶିକ୍ଷକ କୁ ଧରିବା ସହିତ ନାବାଳିକା ଛାତ୍ରୀ କୁ ଉଦ୍ଧାର କରି କୁତ୍ରା ଥାନା କୁ ଆଣି ଥିଲେ। ପରେ ଛାତ୍ରୀ ଜଣକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି  ଅଭିଯୁକ୍ତକୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଗିରଫ ଅଭିଯୁକ୍ତ ଠାରୁ ଦୁଇଟି ନକଲି ଆଧାର କାର୍ଡ, ଶଙ୍ଗ୍ଖା, ସିନ୍ଦୂର, କିଛି ଟଙ୍କା, ଗୋଟିଏ ମଟରସାଇକେଲ ଏବଂ ହେଲମେଟ ପୋଲିସ ଜବତ କରିଛି। ସୂଚନାଯୋଗ୍ୟ ଯେ, ରାଜଗାଙ୍ଗପୁର ଖାଡାଗଳି ଅଞ୍ଚଳ ର ଏହି ରସିକିଆ ଶିକ୍ଷକ କୁତ୍ରା ସ୍ଥିତ ରାଞ୍ଚିରୋଡ ପାଖରେ ଥିବା ଏକ ବେସରକାରୀ ଇଁରାଜୀ ବିଦ୍ୟାଳୟରେ ଶିକ୍ଷକତା କରୁଥିଲା ଏବଂ ବୁଡାକଟା ପାଖର କିଛି ‌ଛାତ୍ରଛାତ୍ରୀଙ୍କୁ ଟିଉସନ ପଢ଼ାଉଥିଲା। ହେଲେ ଗତ ୬ତାରିଖ ଦିନ ଟିଉସନପଢିବାକୁ ଆସିଥିବା ନବମ ଶ୍ରେଣୀ ଛାତ୍ରୀକୁ ଅପହରଣ କରି ନେଇଥିଲା ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ସହିତ ସୁରେସ କୁଜୁରଙ୍କ ରିପୋର୍ଟ 

Leave a Reply

Your email address will not be published.