ମନ୍ଦିର ଛାଡି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ପୂଜକ ସମାଜ

କଟକ,(ନାଗରାଜ ନ୍ୟୁଜ): ମନ୍ଦିର ଛାଡି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ପୂଜକ ସମାଜ । ଏଦୃଶ୍ୟ କଟକ ଜିଲ୍ଲା ଆଠଗଡର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠର ଦୃଶ୍ୟ । ବଡଓଷା ଠାରୁ ଝୁଲାପୋଲ ମରାମତି ଆଳରେ ଆଜି ପର୍ଯ୍ୟନ୍ତ ବନ୍ଦ୍ ରହିଛା ଦର୍ଶନ । ଦୀର୍ଘଦିନ ହେବ ମନ୍ଦିର ବନ୍ଦ୍ ରହିବା ଯୋଗୁଁ ତୁରନ୍ତ ମନ୍ଦିର ଖୋଲିବା ସହ ପୂଜକ ମାନଙ୍କୁ କ୍ଷତିପୂରଣ ଦିଆଯିବା ଦାବିରେ ପୂଜକ ମାନେ ରାଜ ରାସ୍ତାରେ ଆନ୍ଦୋଳନ କରୁଛନ୍ତି। ପ୍ରସିଦ୍ଧ ବାବା ଧବଳେଶ୍ଵର ମନ୍ଦିର ରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଅସନ୍ତୁଷ୍ଟ ଅଛନ୍ତି ପୂଜକ ସମାଜ, ଦର୍ଶନ ନକରି ଫେରୁଛନ୍ତି ଶ୍ରଦ୍ଧାଳୁ, ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ଶହ ଶହ ଶ୍ରଦ୍ଧାଳୁମାନେ ପୀଠକୁ ଯାଇ ନପାରିବା ଯୋଗୁଁ ଶ୍ରଦ୍ଧାଳୁଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ବଡଓଷା ଠାରୁ ଝୁଲାପୋଲ ମରାମତି କରିବା ଆଳରେ ସର୍ବସାଧାରଣ ଦର୍ଶନ ଉପରେ ରୋକ ଲଗାଇଥିଲା ପ୍ରଶାସନ। ଏନେଇ ଶ୍ରଦ୍ଧାଳୁ ମାନେ କଣ କହୁଛନ୍ତି ଶୁଣନ୍ତୁ ଗୁଜୁରାଟ ର ମୁର୍ବି ଠାରେ ଝୁଲାପୋଲ ଟ୍ରାଜେଡି ପରେ କଟକ ଜିଲ୍ଲା ପ୍ରଶାସନ ତପ୍ତରତା ଦେଖାଇ ଝୁଲାପୋଲ ବନ୍ଦ୍ କରିଦେଇଥିଲେ। ବଡଓଷା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିଲେ ମଧ୍ୟ ଶେଷ ସମୟରେ ଭକ୍ତଙ୍କୁ ମନ୍ଦିର ବାରଣ କରିଥିଲା ପ୍ରଶାସନ ।

ଏହି ଘଟଣାରେ ଉଚ୍ଚ ସ୍ତରିୟ ତଦନ୍ତ ଦାବି କରିବା ସହ କୋଭିଡ ସମୟ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ସମୟଧରି ମନ୍ଦିର ବନ୍ଦ ଯୋଗୁଁ ପୂଜକ ମାନଙ୍କୁ କ୍ଷତି ପୂରଣ ରାଶି ଦିଆଯିବା ଦାବିକରି ଧବଳେଶ୍ଵର ମନ୍ଦିର ମୂଖ୍ୟ ଗେଟ ଆଗରେ ଆନ୍ଦୋଳନରେ ବସିଛନ୍ତି। ଆନ୍ଦୋଳନ ସ୍ଥଳରେ ଆଠଗଡ ତହସିଲଦାର ପହଞ୍ଚି ପୂଜକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପୋଲ ମରାମତି ଆଳରେ ଦର୍ଶନ ଉପରେ ରୋକ ଲାଗିଛି । ବୈଠକ ଉପରେ ବୈଠକ ଚାଲିଛି , ନା ମରାମତି ହେଉଛି , ନା ଦର୍ଶନର ବାଟ ଖୋଲୁଛି । ଏବେ ପୂଜକ ସମିତିର ଚେତାବନି ଆନ୍ଦୋଳନରେ ବାଟ ନଫିଟିଲେ ଆସନ୍ତା କାଲି ପୁରୁଣା କଟକ ସମ୍ବଲପୁର ରାସ୍ତା ଅବରୋଧ ସହ ଦିନକ ପରେ ଧବଳେଶ୍ଵରଙ୍କ ନୀତିକାନ୍ତି ସଂପୂର୍ଣ୍ଣ ବନ୍ଦ କରିବେ ପୂଜକ ସମିତି

Leave a Reply

Your email address will not be published.