ଆଭାସି ମଞ୍ଚରେ ସାହିତ୍ୟ ଅବଲୋକନ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଆଭାସି ମଞ୍ଚ ଆନୁକୂଲ୍ୟରେ ସାହିତ୍ୟ ଅବଲୋକନରେ ସାହିତ୍ୟରେ ସମାଜ ସଂସ୍କାର ବିଷୟରେ ଏକ ଉଚ୍ଚକୋଟିର ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଚନ୍ଦ୍ରବିଜୟୀ ମିଶ୍ର ମୁଖ୍ୟ ବକ୍ତ।ଭାବେ ଆଲୋଚନା କରିଥିଲେ । କାର୍ତ୍ତକ ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ ବରଦା ଦାସ ସଂଯୋଜନା କରିଥିଲେ । ବାଙ୍ଗଲୋରରୁ ତାପସ ରାଜ, ମସ୍କୋରୁ ସନ୍ତୋଷ ମହାନ୍ତି, ୟୁକେରୁ ଡ୍ର ଜୟଶ୍ରୀ ନନ୍ଦ ଓ କାନାଡ଼ାର ସୁନନ୍ଦା ମିଶ୍ର ଆଦି ଯୋଗ ଦେଇଥିଲେ । ଥିଙ୍କରସ କ୍ଲବର ୧୦ ତମ ଆଭାସି ଆଲୋଚନା ବାଙ୍ଗଲୋର ଓଡ଼ିଆ ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ସାରଳା ଦାସଙ୍କ ଠାରୁ ଫକିରମୋହନ ଆଦି କାଳଜୟୀ ସହିତ୍ୟିକମାନଙ୍କ ରଚିତ ସାହିତ୍ୟରେ ସଂସ୍କାର ବିଷୟରେ ତାତ୍ଵିକ ଆଲୋଚନା ହୋଇଥଲା । ପୂର୍ବତନ ପୋଲିସ ଡିଜି ଅରୁଣ ଉପାଧ୍ୟାୟ, ମୁମ୍ବାଇରୁ ଭଗବାନ ପଣ୍ଡା, ନିରଞ୍ଜନ ସାହୁ ଆଇଏଏସ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published.