ସାମ୍ବାଦିକ ରୁଦ୍ରନାରାୟଣ ଷଡଙ୍ଗୀଙ୍କ ମାତୃ ବିୟୋଗ

ବାରଙ୍ଗ, (ନାଗରାଜ ନ୍ୟୁଜ): ବଦୈନିକ ଖବରକାଗଜ ‘ସମ୍ବାଦ’ର ଖବର ଦାତା ତଥା ବାରଙ୍ଗ ପ୍ରତିନିଧି ରୁଦ୍ରନାରାୟଣ ଷଡଙ୍ଗୀଙ୍କ ମାତୃ ବିୟୋଗ । ମୃତ୍ୟୁ ବେଳକୁ ରୁଦ୍ରନାରାୟଣ ଷଡଙ୍ଗୀଙ୍କ ମା’ ରେଣୁବାଳା ଷଡଙ୍ଗୀଙ୍କ ୭୨ ବର୍ଷ ହୋଇଥିଲା । ହୃଦ୍‌ଘାତରେ କିମସ୍ ଡାକ୍ତରଖାନା ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ୩ ପୁଅ । ଜ୍ୟେଷ୍ଠପୁତ୍ର ରୁଦ୍ରନାରାୟଣ, ଶୁଭ୍ର ନାରାୟଣ ଓ ସତ୍ୟରଞ୍ଜନ । ବଡ଼ ପୁଅ ରୁଦ୍ରନାରାୟଣ ମୂଖାଗ୍ନୀ ଦେଇଛନ୍ତି । ପଞ୍ଚପାଳ ଗ୍ରାମ ସ୍ମଶାନରେ ତାଙ୍କର ଶବସଂସ୍କାର କରାଯାଇଛି । ତେବେ ସାମ୍ବାଦିକଙ୍କ ମା’ଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ଓ ବୃଦ୍ଧିଜିବୀ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published.