କୁତ୍ରାରେ ମେଗା ନକଆଉଟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ, ବିଜେତା ଦଳକୁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଆଇଟିଆଇ ଖେଳ ପଡିଆ ଠାରେ କୁତ୍ରା ଗେମ୍ଳର କ୍ଳବ ଆନୁକୁଲ୍ୟରେ ମେଗା ନକଆଉଟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗତ ୧ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ପାଞ୍ଚ ତାରିଖ ଦିନ ସମାପ୍ତ ହୋଇଛି । ଏଥିରେ ସର୍ବମୋଟ ୪୦ଟି ଦଳ ଭାଗ ନେଇଥିବା ବେଳେ ବିରିଙ୍ଗାଟୋଲି ଇଏସବ ବ୍ରଦର୍ସ ଟିମ୍ ଲାଇଙ୍ଗ ଦଳକୁ ପରାସ୍ତ କରି ଫାଇନାଲ ବିଜେତା ହୋଇ ଥିବାରୁ ତାଙ୍କୁ ଏକ ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ରନର୍ସ ଦଳ ଲାଇଙ୍ଗଙ୍କୁ ଉପ ବିଜେତା ଘୋଷଣା କରି ୫୦ ହଜାର ଟଙ୍କା ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ।

ବୀରମିତ୍ରପୁର ଓ ଫିଲିଙ୍ଗିବାହାଲ ଦଳକୁ ତୃତୀୟ ଓ ଚତୁର୍ଥ ଦଳ ଭାବେ ଘୋଷଣା କରି ୩୦ହଜାର ଓ ୨୫ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା । ଏହି ଖେଳର ପ୍ରାୟୋଜକ ଥିଲେ ଜିଏସଡବ୍ଳୁ ସିମେଣ୍ଟ ତେଲିଘନା, କଲିକତା ବଜାର, ହୋଟେଲ୍ ସାନିଆ‌ ଓ ଡାଲମିଆ ଭାରତ ସିମେଣ୍ଟ । ମୁଖ୍ୟ ଅତିଥି ଭାବେ ଆଇଏସଡିସି ଅଧ୍ୟକ୍ଷ ତଥା ବିଜୁଜନତା ଦଳ ଜିଲ୍ଲା ସଭାପତି ବିନୟ ଟପୋ ଯୋଗଦେଇ ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଜେଏସ ଡବ୍ଳୁ ଡାଇରେକ୍ଟର ଅନିଲ ମିଶ୍ର, ଡାଲମିଆ ସିମେଣ୍ଟ ଭାରତର ଚେତନ ଶ୍ରୀ ବାସ୍ତବ, ବିଜୁଜନତା ଦଳର ମହିଳା ସମ୍ପାଦିକା ରଶ୍ମି ଏକ୍କା ଯୋଗ ଦେଇ ଉପ ବିଜେତା ଦଳମାନଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରିଥିଲେ । ଗେମ୍ଳର କ୍ଳବର ରଜତ୍, ପିଣ୍ଟୁ, ବିଜୟ, କାଲିଆନ୍, ବିକି, ତହସିଲ, ବୁନୁ, ମାଙ୍ଗରା, ଅରୁଣ ପଟେଲ ଓ ଶଙ୍କର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published.