ମହମ୍ମଦ ଜମିଲ ହେଲେ ଚନ୍ଦକା ଫରେଷ୍ଟ ଡିଭିଜନର ଡ଼ିଏଫଓ

ନନ୍ଦନକାନନ: ମହମ୍ମଦ ଜମିଲ ଶୁକ୍ରବାର ଦିନ ଚନ୍ଦକା ଫରେଷ୍ଟ ଡିଭିଜନର ଡ଼ିଏଫଓ ହେଇ ଦାୟିତ୍ୱ ଗ୍ରହଣ କରିଛନ୍ତି ।‌ପୂର୍ବ ଡ଼ିଏଫଓ କେଦାର ସ୍ୱାଇଁ ପ୍ରମୋସନ ପାଇ ପିସିସିଏଫ ଭାବେ ଅରଣ୍ୟ ଭବନକୁ ଯାଇଥିଲେ । ଏଥିପାଇଁ ଡ଼ିଏଫଓ ଭାବେ ରମାକାନ୍ତ ନାୟକଙ୍କୁ ଅସ୍ଥାୟୀ ଭାବେ ଦାୟିତ୍ୱ ଦିଆଯାଇଥିଲା ।

ରମାକାନ୍ତ ନାୟକଙ୍କ ବଦଳି ରେଢ଼ାଖୋଲ ଫରେଷ୍ଟ ଡିଭିଜନକୁ ହେଇଛି । ଆଜି ବିଧିବଦ୍ଧ ଭାବେ ରମାକାନ୍ତ ନାୟକଙ୍କ ଠାରୁ ଜମିଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ଅଧୀନରେ ଚନ୍ଦକା ଡିଭିଜନର ୪ଟି ରେଞ୍ଜ ରହିବ । ୪ଟି ରେଞ୍ଜ ହେଲା ଚନ୍ଦକା, ଭୁବନେଶ୍ୱର ଭରତପୁର, ହଳଦିଆ ଓ ଡମପଡା । ସେ ଏହା ଆଗରୁ ସିଟି ଫରେଷ୍ଟ ଡିଭିଜନରେ ଡ଼ିଏଫଓ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ଚନ୍ଦକା ଜଙ୍ଗଲରେ ଏବେ ୧୪ଟି ହାତୀ ଅଛନ୍ତି ।

ଆସନ୍ତା ମାସରେ ହାତୀ ମାନଙ୍କୁ ରେଡ଼ିଓ କଲରିଂ କରାଯିବାକୁ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକ ଉତ୍ପାତ ମଚାଉଥିବା ମାକେନା ହାତୀକୁ ପ୍ରଥମ ପର୍ଯ୍ୟାୟରେ ରେଡ଼ିଓ କଲରିଂ କରାଯିବ । ଏଥିସହ ଚନ୍ଦକା ଡମପଡା ଅଭୟାରଣ୍ୟକୁ ଏକୋ ଟୁରିଜିମ କରାଯିବ ।

ସେଥିପାଇଁ ପର୍ଯ୍ୟଟକ ମାନଙ୍କ ପାଇଁ ୪ଟି ୧୪ଟିକିଆ ସିଟ ଥିବା ଏସି ବସ ଚାଲୁ କରାଯିବ । ଅଭୟାରଣ୍ୟର ଉନ୍ନତି କଳ୍ପେ ଆବଶ୍ୟକ ହେଉଥିବା ବିହିତ କାର୍ଯ୍ୟାନୁଷ୍ଠାନ ମାନ ଖୁବ ଶୀଘ୍ର ଗ୍ରହଣ କରାଯିବ ନେଇ କହିଛନ୍ତି ମହମ୍ମଦ ଜମିଲ ।

Leave a Reply

Your email address will not be published.