ରେଲୱେ ଡିଆରଏମଙ୍କ ସହିତ ସାଂସଦଙ୍କ ଆଲୋଚନା

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସମ୍ବଲପୁର ଗସ୍ତ ଅବସରରେ ସମ୍ବଲପୁର ଡିଭିଜନାଲ ରେଲୱେ ମ୍ୟାନେଜର ଙ୍କ ସହତ ରେଳ ବିଭାଗ ର ବିଭିନ୍ନ ସମସ୍ୟା ଏବଂ ଜନସାଧାରଣ ଙ୍କ ଦାବୀ ଉପରେ ଆଲୋଚନା କରିଥିଲେ l ବଲାଙ୍ଗିର ଖୁର୍ଦ୍ଧା ନୂତନ ରେଲୱେ ଲାଇନ ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା,ବଲାଙ୍ଗିର ନୂଆପଡା ଭାୟା ଭଇଂସା ଚୂଡ଼ାପାଲି ପାଟଣାଗଡ ଗମ୍ଭାରୀ ଖପ୍ରାଖୋଲ ନୁଆଁ ରେଲୱେ ଲାଇନ ସର୍ଭେ ଓ ନିର୍ମାଣ ଶୀଘ୍ର କରିବା,ବରଗଡ଼ ନୂଆପଡା ରେଲୱେ ଲାଇନ,କଣ୍ଟାବାଞ୍ଜି ଟିଟିଲାଗଡ଼ ବଲାଙ୍ଗିର ରେଲୱେ ପ୍ଲାଟଫର୍ମ ର ଆଧୁନିକରଣ ବ୍ୟବସ୍ଥା,କଣ୍ଟାବାଞ୍ଜି ସ୍ଥିତ ରେଲୱେ ର ସାତଶହ ଏକର ଜମିରେ ରେଲୱେ ହସ୍ପିଟାଲ,ରେଳ ୱାଗନ ଫାକ୍ଟ୍ରି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଂସଦ ଶ୍ରୀ ବିଶି ପରାମର୍ଶ ଦେଇଥିଲେ l

Leave a Reply

Your email address will not be published.