ନନ୍ଦ କିଶୋର ବେହେରା ନିଖୋଜ ଘଟଣା, ପୋଲିସ ହାତରେ ଲାଗିଲା ଜିନିଷ

ବାଙ୍କୀ,(ନାଗରାଜ ନ୍ୟୁଜ): ନନ୍ଦ କିଶୋର ବେହେରା ନିଖୋଜ ଘଟଣା, ବାଙ୍କୀ ଅଜଗର ଗିଳିବା ମିଛ ନିଖୋଜ ଥିବା ନନ୍ଦ କିଶୋର ବେହେରାଙ୍କ କଙ୍କାଳର କିଛି ହାଡ, ଖପୁରୀ, ସାଟ, କିଛି ନଷ୍ଟ ହୋଇଥିବା ଟଙ୍କାକୁ ଜବତ କଲା ବାଙ୍କୀ ପୋଲିସ । ପୋଲିସ ସୂଚନା ଗତ ଚାରି ମାସ ତଳେ ନନ୍ଦ କିଶୋର ବେହେରା ଚନ୍ଦକା ଡମପଡା ଅଭୟାରଣ୍ୟରେ ଫେରି କରି ଫେରୁଥିବା ବେଳେ ସେ କୁଆଡେ ନିଖୋଜ ହୋଇଯାଇଥିଲେ । ଘଟଣା ସ୍ଥଳୁ ତାଙ୍କର ବାଇକ୍, ଫେରି ସାମଗ୍ରୀ ଓ ଚପଲ କୁ ଜବତ କରିଥିଲେ । ହେଲେ ଖୋଜ ଖବର ପରେ ମିଳି ନଥିଲା ତାଙ୍କର କୌଣସି ସନ୍ଧାନ । ହେଲେ ଆଜି ଭାଗିପୁର ଫରେଷ୍ଟ କର୍ମଚାରୀ ଜଙ୍ଗଲ ମଧ୍ୟରେ ଡିଉଟି କରିଥିବା ବେଳେ ଗଳବାଙ୍କ ଗ୍ରାମ ନିକଟ ରାଜଗଡ ଗୋଡଭଙ୍ଗା ବେଙ୍ଗ ପାଣି ଜଙ୍ଗଲ ମଧ୍ୟରେ ଖପୁରି ହାଡ଼ ସ।ଟ ଦେଖିବା ପରେ ବାଙ୍କୀ ଥାନାକୁ ଖବର ଦେଇଥିଲେ । ପରେ ପୋଲିସ ଟିମ୍ ପହଁଚିଥିଲା ପରେ ଏକ୍ସଯୁଟିଭ। ମାଜିଷ୍ଟ୍ରେଟ, ପରେ ଷ୍ଟିକ୍ ଟିମ୍ ପହଁଚିବା ପରେ ଜବତ କରିଛି ଏସବୁ । ନନ୍ଦ କିଶୋର ଙ୍କ ଘରକୁ ଖବର ଦେଇଥିଲେ ତାଙ୍କର ପୁତୁରା ଆସି ଚିହ୍ନିଥିଲେ ଅନୁମାନ କରୁଛନ୍ତି ନନ୍ଦ କିଶୋର ଏସବୁ ବୋଲି । ପରିବାର ନ୍ୟାୟ ଅପେକ୍ଷାରେ। ସେପଟେ ପୋଲିସ ଜବତ ହୋଇଥିବ ଖପୁରି ହଡଆଦିକୁ ଏବେ କଟକ ପୋଷ୍ଟ ମର୍ଟମ୍ ପାଇଁ ପଠାଇବେ ରିପୋର୍ଟ ପରେ ଅସଲ କଥା ଜଣାପଡିବ ବୋଲି କହିଛନ୍ତି ବାଙ୍କୀ ଥାନା ଅଧିକାରୀ ।

Leave a Reply

Your email address will not be published.