ବାଲେଶ୍ଵର ଜିଲ୍ଲା ପରିଷଦ ଚେୟାରମ୍ୟାନ ହେଲେ ନାରାୟଣ ପ୍ରଧାନ

ବାଲେଶ୍ଵର, (ନାଗରାଜ ନ୍ୟୁଜ): ଚଳିତ ତ୍ରିସ୍ତରୀୟ ନିର୍ବାଚନର ସାରା ରାଜ୍ୟରେ ଆଜି ଥିଲା ଜିଲ୍ଲା ପରିଷଦ ଚେୟାରମ୍ୟାନ ନିର୍ବାଚନ । ଶାସକ ବିଜେଡି ଦଳ ରାଜ୍ୟରେ ବହୁ ପରିମାଣରେ ଆସନ ଅକ୍ତିଆର କରିଛି । ସେହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲାରେ ଶାସକ ବିଜେଡି ଦଳ ମଧ୍ୟ ବାଜିମାତ କରିଥିଲା । ଆଜିର ଜିଲ୍ଲା ପରିଷଦରେ ଶାସକ ଦଳର ନାରାୟଣ ପ୍ରଧାନ ବାଲେଶ୍ଵର ଜିଲ୍ଲା ପରିଷଦ ଆସନ ନିମନ୍ତେ ମନୋନୀତ ହୋଇଛନ୍ତି । ଶ୍ରୀ ପ୍ରଧାନଙ୍କର ଏହି ବିଜୟ ପାଇଁ ତାଙ୍କ ନିକଟକୁ ସବୁମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ବାର୍ତ୍ତା ଛୁଟିବାରେ ଲାଗିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.