ବାରଙ୍ଗ ଥାନାର ନୂତନ କାର୍ଯ୍ୟାଳୟ ଉଦଘାଟିତ

ବାରଙ୍ଗ, (ନାଗରାଜ ନ୍ୟୁଜ): ବାରଙ୍ଗ ଥାନାର ନୂତନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ପୁଲିସ ଡିଜି ସୁନିଲ କୁମାର ବଂଶଲ । ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଆଡିସନାଲ ଡିଜିପି ସଞ୍ଜିବ ପଣ୍ଡା,ସିପି ସୌମେନ୍ଦ୍ର ପ୍ରିୟଦର୍ଶି ,ଏଡିଡି ଏଲ ନିତି ଶେଖର , କଟକ ଡିସିପି ପ୍ରତିକ ସିଂଙ୍କ ସମେତ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜନସାଧାରଣଙ୍କର ପୂର୍ବରୁ ଯେଭଳି ଅସୁବିଧା ରହୁଥିଲା ଏବେ ତାହା ଦୂର ହୋଇପାରିବ ବୋଲି ଡିଜି କହିଛନ୍ତି  । ଉନ୍ନତ ସେବା ଯୋଗାଇବା ଉଦ୍ଦେଶ୍ୟରେ ନୂତନ ଭାବେ ନିର୍ମିତ କାର୍ଯ୍ୟାଳୟ ଲୋକମାନଙ୍କୁ ଉନ୍ନତ ସେବା ଯୋଗାଇ ପାରିବ ବୋଲି ବିଶ୍ୱାସ ରହିଥିବା ଡିଜି କହିଛନ୍ତି ।

Leave a Reply

Your email address will not be published.