ନୂଆ ଜର୍ସି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

କଟକ, (ନାଗରାଜ ନ୍ୟୁଜ ): ଓଡିଶା କ୍ରିକେଟ ଆସୋସିଏସନର ଆଗାମୀ ସିଜିନ ପାଇଁ ନୂଆ ଜର୍ସି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଛି । ଓଡିଶା କ୍ରିକେଟର ମୁଖ୍ୟ କୋଚ ୱାସିମ ଜାଫର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜର୍ସି ଉନ୍ମୋଚନ କରିଥିଲେ। ଓସିଏ ସଂପାଦକ ସଂଜୟ ବେହେରା ଓ ସଭାପତି ପଙ୍କଜ ଲୋଚନ ମହାନ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ । ଏମଜିଏମ ମିନରାଲ୍ସ ଗୋଟିଏ ବର୍ଷ ପାଇଁ ଜର୍ସି ଓ ପୋଷାକ ଦେବ । ଆଗକୁ ବଡ ବଡ କର୍ପୋରେଟ ହାଉସ ଓଡିଶା କ୍ରିକେଟକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିବେ ବୋଲି ୱାସିମ ଜାଫର ଓ ଓସିଏ ସଂପାଦକ ସଂଜୟ ବେହେରା ଆଶା ରଖିଛନ୍ତି ।

Leave a Reply

Your email address will not be published.