ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଆହ୍ୱାନ କ୍ରମେ ନୂଆଖାଇ ଭେଟଘାଟ ପାଳିତ

ବଙ୍ଗୋମୁଣ୍ଡା, (ନାଗରାଜ ନ୍ୟୁଜ ): ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଆହ୍ୱାନ କ୍ରମେ ବଙ୍ଗୋମୁଣ୍ଡା ବ୍ଲକ ଖଇରା ଠାରେ ଉତ୍କଳ କନ୍ଧ ସମାଜ ତରଫରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଦିବାସୀମାନଙ୍କ ପାରମ୍ପରିକ ନାଚ ଗୀତ, ବାଦ୍ୟ ଯନ୍ତ୍ର ଓ ଅସ୍ତ୍ର ଶସ୍ତ୍ର ସହିତ ଗ୍ରାମ ପରିକ୍ରମା କରି ପୂଜାର୍ଚ୍ଚନା କରିଥିଲେ । ଏହି ନୂଆଖାଇ ଭେଟଘାଟରେ ଶହ ଶହ ଆଦିବାସୀ ମାନେ ଏକାଠି ହୋଇଥିଲେ ।

ଏହି ସଭାରେ ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଶରତ ଚନ୍ଦ୍ର ସିଂ ଭୋଇ, ନରେନ ଗ୍ରାମର ଥବିର ପୂଝାରୀ ପ୍ରମୁଖ ଉଦବୋଧନ ଦେଇଥିଲେ । ସଭାରେ ଉପସ୍ଥିତ ଥିବା ଆଦିବାସୀ ନେତା ମୁରିବାହାଲ ବ୍ଲକ କାର୍ୟ୍ୟକାରୀ ସଭାପତି ରାଜିବ କୁଅଁର, ସହ ସମ୍ପଦକ ଭୁବନ ମାଝୀ, ନିତ୍ୟାନନ୍ଦ ମାଝୀ, ଖୁସିରାମ ଧରୁଆ, ସୁଦର୍ଶନ ଧରୁଆ, ନାରୀନେତ୍ରୀ ପତରଙ୍ଗୀ ମାଝୀ ଓ ଲକ୍ଷ୍ମୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.