ଓଡ଼ିଶାରେ ଚିନ୍ତା ବଢ଼ାଇଲା ଓମିକ୍ରନ

କଟକ, (ନାଗରାଜ ନ୍ୟୁଜ): ଡ଼ରାଇଲାଣି ଓମିକ୍ରନ । ଚିନ୍ତା ବଢାଇଲେ ବିଦେଶଫେରନ୍ତା । ଦୁଇ ଜଣ ବିଦେଶୀ ଫେରନ୍ତା ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ କଟକର ଅନ୍ୟ ଜଣେ ଜଗତସିଂହପୁରର ବୋଲି ଜଣା ପଡ଼ିଛି । କଟକରେ ଚିହ୍ନଟ ହୋଇଥିବା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୭ଜଣଙ୍କ ଟେଷ୍ଟ ପରେ କୋଭିଡ ନେଗେଟିଭ ଚିହ୍ନଟ ହୋଇଛି । ଆକ୍ରାନ୍ତ ଜଣଙ୍କୁ ଅଶ୍ଵିନୀ ହସ୍ପିଟାଲରେ ସ୍ଵତନ୍ତ୍ର ଭାବେ ଚିକିତ୍ସା କରାଯାଉଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲରହିଛି । ଜିଲ୍ଲାପ୍ରଶାସନ ବର୍ତ୍ତମାନ ପରିସ୍ଥିତିରେ କୋଭିଡ ଟେଷ୍ଟିଂ କୁ ବଢ଼ାଇବା ସଙ୍ଗେ ଟୀକାକରଣ ବ୍ୟବସ୍ଥାକୁ ଜୋରଦାର କରାଯାଇଛି ବୋଲି ଜିଲ୍ଲା ନୋଡାଲ ଅଧିକାରୀ ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.