ହାତୀ ଆକ୍ରମଣରେ ଜଣେ ମୃତ, ଆଉ ଜଣେ ଗୁରୁତର, ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

 

ଖପ୍ରାଖୋଲ ବ୍ଲକ, (ନାଗରାଜ ନ୍ୟୁଜ): ଗୁରୁବାର ବିଳମ୍ବିତ ରାତିରେ ବ୍ରାହ୍ମଣୀ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ ଓ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହରିଶଙ୍କର ବନାଞ୍ଚଳରେ ଗତ କିଛି ଦିନ ହେଲା ହାତୀର ଆତଙ୍କ ଚାଲିଛି । ଗତ ୧୬ ତାରିଖ ଦିନ ହାତୀପଲ ରାତି ପ୍ରାୟ ୧୦ ଟା ବେଳକୁ ବ୍ରାହ୍ମଣୀ ଗାଁର କମାର ପଡ଼ାକୁ ପଶିଥିଲେ ।

ଗାଁର ତିନି ବଖରା ଘର ନଷ୍ଟ ଭାଙ୍ଗିଦେଇଥିବାବେଳେ ଜଣଙ୍କୁ ମାରିଦେଇଥିବାର ଲୋକେ ରେଞ୍ଜର ଶ୍ରୀବତ୍ସ କୁମରା କ ଜଣାଇଥିଲେ । ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ହରିଶଙ୍କର ଫରେଷ୍ଟର ପ୍ରିୟବ୍ରତ ମହାକୁର ଓ ଫରେଷ୍ଟ ଗାର୍ଡ ମହେନ୍ଦ୍ର କାଲସାଏ ସହ ବନ ବିଭାଗ କର୍ମଚାରୀ ମାନେ ଗାଁକୁ ଆସି ହାତୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସୂଚନା ଦେଇଥିଲେ ।

ରାତିସାରା ଫରେଷ୍ଟର ପ୍ରିୟବ୍ରତ ମହାକୁର ସମେତ ବନ କର୍ମଚାରୀ ମାନେ ଜଗି ରହିଥିଲେ। ଶୁକ୍ରବାର ଦିନ ଭୋର ସକାଳ ୫:୩୦ ଜଣେ ଯୁବକକୁ ହାତୀ ଆକ୍ରମଣ କରିଥିବାରୁ ସେ ଗୁରୁତର ଆହତ ହୋଇଥିଲା । ଏହାପରେ ଗାଁ ଲୋକେ ଖପ୍ରାଖୋଲ ପୋଲିସକୁ ଏ ବିଷୟରେ ଜଣାଇଥିଲେ । ଆଜି ସକାଳ ୭:୩୦ ହରିଶଙ୍କର ଫାଣ୍ଡି ଅଧିକାରୀ ସାୱନ କେରକେଟା ନିଜ ଟିମ୍ ସହ ପହଞ୍ଚି ଗୁରୁତର ଆହତ ଯୁବକକୁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇଥିଲେ, ଏବଂ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଯାଇଛି । ମୃତକ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି କରାଯାଇଛି ।

Leave a Reply

Your email address will not be published.