ଡକାୟତି ଘଟଣାରେ ଜଣେ ଗିରଫ ଦୁଇ ଫେରାର

ଢେଙ୍କାନାଳ: କରୋନା ମହାମାରୀ ହେତୁ ସାଧାରଣ ଲୋକଙ୍କ ପାଇଁ ଜିବିକା ନିର୍ବାହ କରିବା କଷ୍ଟ ସାଧ୍ୟ ହେଉ ପଡୁଥିବା ସମୟରେ ଡକାୟତି ଏବଂ ଲୁଟପାଟ ଘଟଣା ବଢିବାକୁ ଲାଗିଛି । ଘଟଣା ଅନୁସାରେ ଗଁନ୍ଦିଆ ଥାନା ଅଧିନସ୍ଥ ଦେଓଗାଁ ଗ୍ରାମ ନିକଟରେ ସଙ୍କରପୂର ଗ୍ରାମର ପ୍ରକାଶ ନାଏକ, ଅଜୟ ନାଏକ, କମଳ ନାଏକ ,ମନୋଜ ନାଏକ ନାମକ ୪ଜଣ ଯୁବକ ବୁଢା କେନ୍ଦୁଆ ଗ୍ରାମକୁ କାଜୁ କଲମୀ ପାଇଁ ସିଅନ ସଂଗ୍ରହ କରିବା ପାଇଁ ଯାଉଥିବା ସମୟରେ ହଠାତ୍ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇଥିଲେ ।

ଏହାସହ ଠେଙ୍ଗା ଏବଂ ଲୁହା ରଡରେ ସେମାନଙ୍କୁ ଆକ୍ରମଣ କରି ୩୦୦୦ ଟଙ୍କା ସମେତ ୩ଟି ମୋବାଇଲ ଏବଂ ସିଅନ୍ କଟର ଛଡ଼ାଇ ନେଇଥିଲେ । ୪ଜଣ ଯୁବକ ଆକ୍ରମଣର ଶିକାର ହେବା ପରେ ସ୍ଥାନୀୟ ପୋଲିସ ଷ୍ଟେସନକୁ ଜଣାଇଥିଲେ । ସୂଚନା ପାଇବା କ୍ଷଣି ଘଟଣା ସ୍ଥଳରେ ଗଁନ୍ଦିଆ ପୋଲିସ ପହଞ୍ଚି ଅଟୋ ସମେତ ୪ଜଣ ଯୁବକଙ୍କୁ ଉଦ୍ଧାର କରିବା ସହ ଦେଓଗାଁର ସନ୍ତୋଷ କୁମାର ମହାପାତ୍ର ନାମକ ଜଣେ ଯୁବକକୁ ଗିରଫ କରିଛି । ଏହାସହ ଅଭିଯୁକ୍ତଠାରୁ ୫ଗୋଟି ସିଅନ କଟର ଜବତ କରିଛି । ଖବର ଅନୁସାରେ ଅନ୍ୟ ଫେରାର ଆସାମୀ ମାନଙ୍କୁ ଚିହ୍ନଟ କରାଯାଇ ସାରିଥିବା ସମୟରେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ଥାନଧିକାରୀ ବିଷ୍ଣୁ ଚରଣ ବାରିକ ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.