ଏମାର୍ ମଠ ପରିସରରୁ ମିଳିଥିବା ସିଂହ ମୂର୍ତ୍ତି ନେବାବେଳେ ବିରୋଧ

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଖନନ ସମୟରେ ଏମାର୍ ମଠ ପରିସରରୁ ମିଳିଥିବା ସିଂହ ମୂର୍ତ୍ତିକୁ ଆଜି asiର ୬ ଜଣିଆ ଟିମ ଆସି ଉଦ୍ଧାର କରି ବଳିଆପଣ୍ଡା ସ୍ଥିତ ସରକାରୀ ଗୃହକୁ ନେଇଛନ୍ତି । ଏହାକୁ ଉଦ୍ଧାର ସମୟରେ ଶ୍ରୀକ୍ଷେତ୍ର ବଞ୍ଚାଅ ଅଭିଯାନର ଆବାହକ ସୂର୍ଯ୍ୟ ନାରାୟଣ ରଥ ଏହାକୁ ଘୋର ବିରୋଧ କରିବା ସହ ମୂର୍ତ୍ତି ଉପରେ ବସିରହି ଏହାକୁ ନେବାକୁ ଦେଇନଥିଲେ । ସିଂହଦ୍ଵାର ଥାନା ପୋଲିସ ଙ୍କ ବୁଝାସୁଝା ପରେ ସେ ସେଠାରୁ ହଟିଥିଲେ ।

ତେବେ ସରକାର ଯେଭଳି gprs ସର୍ଭେ ନକରି ଖୋଳି ଚାଲିଛନ୍ତି ତାହା ଫଳରେ ଶ୍ରୀମନ୍ଦିର ଚାରିପାଖରେ ଥିବା ଐତିହ୍ୟ ନଷ୍ଟ ହେଉଛି । ତେଣୁ ଏହାକୁ ବିରୋଧ କରି ଭ୍ଏସ ଅଫ କମଳ ମ୍ୟାନ ପକ୍ଷରୁ ସିଂହଦ୍ଵାର ଥାନାରେ ଏକ ଏତଲା ଦିଆ ଯାଇଚି । ତେବେ ଏତେ ବଡ଼ବଡ଼ ଖନନ ହୋଇଥିବାରୁ ଆହୁରି ଅନେକ ଏପରି ପ୍ରାଚୀନ ମୂର୍ତ୍ତି ମିଳିଥିବାରୁ ସାଧାରଣରେ ଚର୍ଚ୍ଚା ହେଉଛି । ବିନା ଗ୍ରାଉଣ୍ଡ ପେନିଟ୍ରେସନ ରାଦର୍ ସର୍ଭେ ରେ ଏପରି ଖନନ ହେଉଥିବାରୁ ଏବେ କୀର୍ତ୍ତିରାଜି ସହ ମାଟିତଳେ ପୋତି ହୋଇ ରହିଥିବା ପ୍ରାଚୀନ ଐତିହ୍ୟର ଅଂଶ ବିଶେଷ ପ୍ରତି ମଧ୍ୟ ଦେଖାଦେଇଛି ବିପଦ ।

Leave a Reply

Your email address will not be published.