ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ଛବି 

ଖଇରା, (ନାଗରାଜ ନ୍ୟୁଜ): ସେ ଭକତ ଭାବରେ ବନ୍ଧା, ସେ ଭକ୍ତ ବତ୍ସଳ । କେତେବେଳେ ଭକତ ହାତରୁ ନଡିଆ ନିଏ ତ କେତେବେଳେ ନନ୍ଦିଘୋଷ ଭକ୍ତର ବାଲି ରଥରେ ବସେ । ଭକ୍ତର ଭାବନାକୁ ବୁଝେ ସେଥି ପାଇଁ ତ ତାକୁ ଭାବ ବିନୋଦିଆ କୁହାଯାଏ । ଏମିତି ଜଣେ ଭକ୍ତର ଭାବକୁ ବୁଝି ପରଟା ରେ ଦେଖା ଦେଇଛନ୍ତି ଜଗନ୍ନାଥ । ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ । ସୋର ଜଗନ୍ନାଥପୁର ଅଞ୍ଚଳର ଶିକ୍ଷକ ବିଶ୍ଵରଞନ ନାୟକଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ଘରେ ପରଟା କରୁଥିବା ସମୟରେ ପରଟା ରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି ଦେଖାଯାଇଥିଲା । ଯାହାକି ରାଜଲକ୍ଷ୍ମୀ ଙ୍କୁ ଆଶ୍ଚର୍ୟ୍ଯ କରିଥିଲା । କିଛି ଦିନ ଆଗରୁ ରାଜଲକ୍ଷ୍ମୀ ଙ୍କ ପୁରା ପରିବାର ପୁରୀ ଯାଇ ମହାପ୍ରଭୁ ଙ୍କ ଦର୍ଶନ କରିଥିଲେ ମଧ୍ୟ କୌଣସି କାରଣରୁ ରାଜଲକ୍ଷ୍ମୀ ଯାଇପାରିନଥିଲେ । ମାତ୍ର ମହାପ୍ରଭୁ ଙ୍କୁ ଦର୍ଶନ କରିଵାର ଅଭିଳାଷ ମନରେ ରହିଥିଲା । ଆଜି ତାଙ୍କୁ ଜଗନ୍ନାଥ ନିଜେ ଆସି ପରଟାରେ ଦେଖା ଦେଇଥିବା ସେ କହିଛନ୍ତି । ପରଟା ରେ ଜଗନ୍ନାଥଙ୍କ ପ୍ରତିଛବି ଦେଖି ତାଙ୍କୁ ଠାକୁର ଘରେ ଜଗନ୍ନାଥଙ୍କ ଫଟୋ ପାଖେ ରଖି ପୂଜା ଅର୍ଚ୍ଚନା ମଧ୍ୟ କରୁଛନ୍ତି । ଏହି ଘଟଣା ଜଣାପଡିଵା ପରେ ପରଟା ରେ ମହାପ୍ରଭୁ ଜଗନ୍ନାଥ ଙ୍କୁ ଦେଖିବା ପାଇଁପାଖା ପଡେ଼ାଶୀ ମାନେ କର ସୁଅ ଛୁଟିଛି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.