ଲାଞ୍ଚ ନେଇ ନିଲମ୍ବିତ ପିଇଓ

ଢେଙ୍କାନାଳ, (ସୌମ୍ୟ ରଞ୍ଜନ ମହାନ୍ତି): ଲାଞ୍ଚ ନେଇ ନିଲମ୍ବିତ ପିଇଓ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଲ୍ କରାଇଦେବେ କହି ଲାଞ୍ଚ ମାଗିଥିଲେ । ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ନିଲମ୍ବିତ ହୋଇଛନ୍ତି ପିଇଓ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀ ମାନଙ୍କୁ ସରକାର ବାସ ଗୃହ ଯୋଗାଇ ଦେଉଥିବା ବେଳେ ଏହାକୁ ତୃଣମୂଳ ସ୍ତରରେ ବିଫଳ ହେଉଥିବାର ଅଭିଯୋଗ ହୋଇଛି । ଏଭଳି ଖବର ଆସିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମ ପଂଚାୟତରୁ । ସୂଚନା ଅନୁଯାୟୀ ନିର୍ବାହୀ ଅଧିକାରୀ ସ୍ବୟଂଦୀପ ସାହୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କରିଦେବେ କହି ଶାନ୍ତିଲତା ନାମକ ମହିଳାଙ୍କ ଆଠ ହଜାର ଟଙ୍କା ମାଗିଥିଲେ ।

ଏପରିକି ମହିଳା ଜଣଙ୍କ ଏତେ ଟଙ୍କା ଦେଇପାରିବ ନାହିଁ କହିବାରୁ ମୁଁ ଏକା ନେଉନି ତଳୁ ଉପର ଯାଏଁ ସମସ୍ତେ ଘୋଷ୍ ନେଉଥିବାର କହିଛନ୍ତି ପିଇଓ ଜଣଙ୍କ । ଯାହାର ଭିଡିଓ ଭାଇରାଲ ହେବା ପରେ ଏବେ ପିଇଓଙ୍କୁ ନିଲମ୍ବନ କରିଯାଇଛି ।

Leave a Reply

Your email address will not be published.