ସିପିଙ୍କ ଦ୍ଵାରା ପୁଲିସ ଏଡ଼ପୋଷ୍ଟ ଉଦଘାଟିତ

କଟକ, (ନାଗରାଜ ନ୍ୟୁଜ ): ଓଡିଶାରେ ଅପରାଧିକ ମାମଲା ଦିନ ପ୍ରତିଦିନ ବଢ଼ିବାରେ ଲାଗିଛି । ଅପରାଧକୁ ରୋକିବା ପାଇଁ କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗପ୍ରଧାନ ପଞ୍ଚାୟତଠାରେ ନୂତନ ପୁଲିସ ଏଡ଼ପୋଷ୍ଟ ଉଦଘାଟିତ ହୋଇଯାଇଛି । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଟକ ସଦରଥାନା ଅନ୍ତର୍ଗତ କୁରାଙ୍ଗପ୍ରଧାନ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଖୋଲା ଯାଇଥିବା ବ୍ରାହ୍ମଣଝରିଲୋ ପୁଲିସ ଏଡ଼ପୋଷ୍ଟକୁ ଉଦଘାଟନ କରିଛନ୍ତି । ଦୀର୍ଘ ଦିନ ଧରି ଅଞ୍ଚଳବାସୀଙ୍କ ଦାବିକୁ ପୂରଣ କରିବା ପାଇଁ ଏଠାରେ ଏଡ଼ପୋଷ୍ଟ ଉଦଘାଟନ କରାଯାଇଛି । ଯାହାଫଳରେ ଏହି ଅଞ୍ଚଳରେ ଘଟୁଥିବା ଅପରାଧିକ କାର୍ଯ୍ୟକୁ ରୋକିବା ପାଇଁ ପୁଲିସ କମ ସମୟରେ ପହଞ୍ଚି ପାରିବ ବୋଲି ପୁଲିସ କମିଶନର କହିଛନ୍ତି ।

ଏହି ଉଦଘାଟନୀ ଉତ୍ସବରେ କଟକ ଡିସିପି ପ୍ରତିକ ସିଂହ, ଯୋନ-୪ ଏସିପି ଚନ୍ଦନ ଘଡେଇ, କଟକ ସଦର ଥାନାର ଆଇଆଇସି ଶୁଧାଶୁଂ ଭୁଷଣ ଜେନା, ଥାନାର ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।

Leave a Reply

Your email address will not be published.