ଅନୁଭବଙ୍କ ଘର ଛାଡ଼ିବେ ବର୍ଷା

କଟକ,(ନାଗରାଜ ନ୍ୟୁଜ): ଅନୁଭବଙ୍କ ଘର ଛାଡ଼ିବେ ବର୍ଷା । ଅନୁଭବ ବର୍ଷା ବିବାଦ ମାମଲାରେ କଟକ ଅତିରିକ୍ତ ଜିଲ୍ଲା ଜଜ ଏହି ରାୟ ଦେଇଛନ୍ତି । ଘର ଛାଡିବା ନେଇ ଏସଡିଜେଏମ ଦେଇଥିବା ନିର୍ଦ୍ଦେଶକୁ ବର୍ଷା ଚାଲେଞ୍ଜ କରିଥିଲେ । ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ଅତିରିକ୍ତ ଜିଲ୍ଲା ଜଜ ଏହାର ଶୁଣାଣି କରିଛନ୍ତି । ଆସନ୍ତା 30 ଦିନ ମଧ୍ୟରେ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏନେଇ ବର୍ଷା ଅଣ୍ଡରଟେକିଂ ଦେଇଛନ୍ତି ।

ସେପଟେ ହାଇକୋର୍ଟରେ ଅଭିନେତ୍ରୀ ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ (barsha anubhav family dispute case) ମାମଲାର ଶୁଣାଣି ଘୁଞ୍ଚିଛି । ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ପାଇଁ କୋର୍ଟ କହିଛନ୍ତି । କଟକ ଫ୍ୟାମିଲି କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।ସୂଚନା ଥାଉକି, କଟକ ପରିବାର ଅଦାଲତରେ ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ସକ୍ଷ୍ୟ ଦେବା ନିମନ୍ତେ ଅନୁଭବ ମହାନ୍ତି ନିଜେ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ । ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଆବେଦନ କରିଥିଲେ ସାଂସଦ ଅନୁଭବ ମହାନ୍ତି ।

Leave a Reply

Your email address will not be published.