ବିଶ୍ବକପ୍ କ୍ରିକେଟ ଖେଳର ବିଜୟ ହାସଲ ପାଇଁ ମା’ ଙ୍କ ନିକଟରେ ପ୍ରାର୍ଥନା

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଆସୁଛି ବିଶ୍ବକପ୍ କ୍ରିକେଟ ଖେଳ। ୨୦୨୩ ମସିହା ଇଂରାଜୀ ନୂତନ ବର୍ଷ ଉପଲକ୍ଷେ ସମସ୍ତ ଖେଳାଳୀ ଓ ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ଏବଂ ଦେଶର କୋଟି କୋଟି କ୍ରିକେଟ ଦର୍ଶକଙ୍କୁ ଆନ୍ତରିକ ଅଭିନନ୍ଦନ । ଏବର୍ଷଟି ଶାନ୍ତି, ମୈତ୍ରୀ ଓ ସୁଖ ସ୍ବାଚ୍ଛନ୍ଦରେ ସମସ୍ତଙ୍କ ଚଲାପଥ କୁସୁମିତ ହେଉ ବୋଲି ମା’ଙ୍କ ନିକଟରେ ପ୍ରାର୍ଥନା । ଆଶୀର୍ବାଦ, ସ୍ନେହ ଓ ଭଲପାଇବା, ଉଚ୍ଚନୀଚ, ଜାତି, ଧର୍ମ, ବର୍ଣ୍ଣ ଓ ଭେଦଭାବ ନିର୍ବିଶେଷରେ ଆମ ସମସ୍ତଙ୍କ ନିକଟରେ ଆନ୍ତରିକତା ବଜାୟ ରହୁ । ଯେହେତୁ ଆମେ ସମସ୍ତେ ଭାରତୀୟ, ତେଣୁ ସମସ୍ତେ ମିଳିମିଶି ୨୦୨୩ ମସିହା ବିଶ୍ବକପ୍ କ୍ରିକେଟ ଖେଳକୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ ଉପଭୋଗ ମଧ୍ୟ କରିବା । ଯେମିତି କି ସମସ୍ତଙ୍କ ମୁହଁରେ ହସ ଫୁଟିବ । ଏଥର ଭାରତ ବିଶ୍ବକପ୍ ରେ ଜିତୁ, ଆମଦେଶର ଗର୍ବ, ଗୌରବ ଓ ଯଶ କୀର୍ତ୍ତି ବଜୟ ରହୁ, ଖେଳାଳି ଭଲ ଖେଳନ୍ତୁ ଓ ଦେଶର ନାମ ରଖନ୍ତୁ ବୋଲି ମା’ଙ୍କ ନିକଟରେ କ୍ରିକେଟ ଖେଳପ୍ରତି ଆଗ୍ରହ ଥିବା ଜଣେ କ୍ରିକେଟ ପ୍ରେମୀଙ୍କର ପ୍ରାର୍ଥନା ।

ପ୍ରକାଶ ଥାଉକି- ୨୦୦୩ ମସିହା ଠାରୁ ୨୦୨୩ ପର୍ଯ୍ୟନ୍ତ ଦୀର୍ଘ ୨୦ବର୍ଷ ଧରି ଭାରତୀୟ କ୍ରିକେଟ ଦଳ ନାମରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ସ୍ଥିତ ମା ଅମ୍ବିକା ଓ ମା ବନଦୁର୍ଗାଙ୍କ ନିକଟରେ ପୂଜାପାଠ କରି ଆସୁଅଛନ୍ତି କୁପାରୀ ଗ୍ରାମର କ୍ରିକେଟ ଖେଳପ୍ରେମୀ ମାନସ ରଞ୍ଜନ ମହାପାତ୍ର । ସେ ବହୁତ ପରିଶ୍ରମ କରି ନିଜ ଜୀବନକୁ ବାଜି ଲଗାଇ ଭାରତୀୟ କ୍ରିକେଟ ଦଳର ବିଜୟ ପାଇଁ ସଦାସର୍ବଦା ମା’ ଙ୍କୁ ପ୍ରାର୍ଥନା ଜାରି ରଖିଛନ୍ତି । ଚା ପିଇଲେ ଉଇକେଟ୍ ପଡେ । ଭାରତୀୟ କ୍ରିକେଟ ଦଳର ଉନ୍ନତି ପାଇଁ ସବୁବେଳେ ମାଙ୍କ ପାଖରେ ପୂଜାପାଠ କରିବା ସହିତ ମା’ଙ୍କୁ ଡାକୁଛନ୍ତି ଭାରତୀୟ ଦଳର ବିଜୟ ପାଇଁ । ଆହୁରି ମଧ୍ୟ ଶ୍ରୀ ମହାପାତ୍ର କହିଛନ୍ତି ଜୀବନର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଚାଲୁଥିବେ, ଯେତେ ବାଧାବିଘ୍ନ, ଝଡଝଞ୍ଜା ଓ କଷ୍ଟ ଆସୁପଛେ ସେସବୁକୁ ଖାତିରି ନକରି ଭାରତୀୟ ଖେଳାଳିଙ୍କୁ ଜିତାଇବା ତାଙ୍କର ସଂକଳ୍ପ ଓ ନିଷ୍ପତ୍ତି ଅଟଳ ରହିବ । ଜଣେ ଭାରତୀୟ ହିସାବରେ ଏହା ତାଙ୍କର ଖେଳାଳୀଙ୍କ ପ୍ରତି ଆଶୀର୍ବାଦ ଓ ଶୁଭକାମନା କହିଲେ ଅତ୍ଯୁକ୍ତି ହେବ ନାହିଁ । ଏଠାରେ ସ୍ମରଣଯୋଗ୍ୟ କି ଟ୍ବେଣ୍ଟି -୨୦ ବିଶ୍ବକପ୍ ଖେଳରେ ୨୦୦୭ ମସିହା ଭାରତ ବିଜୟ ହାସଲ କରିଥିଲା, ଆଇସିସି ବିଶ୍ବକପ୍ ଖେଳ ୧୯୮୩ ଓ ୨୦୧୧ ମସିହାରେ ଭାରତ ମଧ୍ୟ ବିଜୟ ହାସଲ କରିଥିଲା । ସେହିପରି ଚଳିତ ବର୍ଷ ଅର୍ଥାତ୍ ୨୦୨୩ ମସିହାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବକପ୍ କ୍ରିକେଟ ଖେଳରେ ଭାରତୀୟ ଦଳ ଭଲ ଖେଳ ପ୍ରଦର୍ଶନ କରନ୍ତୁ, ସୁନାମ ଅର୍ଜନ କରନ୍ତୁ ଓ ଦେଶର ଗୌରବ ରକ୍ଷା କରନ୍ତୁ ବୋଲି ଜଣେ ଅତ୍ୟନ୍ତ କ୍ରିକେଟ ଖେଳପ୍ରେମୀ ଓ ଭାରତୀୟ ନାଗରିକ ହିସାବରେ ଭାରତୀୟ କ୍ରିକେଟ ଦଳର ବିଜୟ ହାସଲକୁ ଆଶୀର୍ବାଦ, ଶୁଭେଚ୍ଛା, ଶୁଭକାମନା ଓ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ମହାପାତ୍ର ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.