କମିଶନରରେଟ ପୋଲିସ ପକ୍ଷରୁ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

କଟକ,(ନାଗରାଜ ନ୍ୟୁଜ): ଭୁବନେଶ୍ୱର କଟକ କମିଶନର ରେଟ ପୋଲିସ ପକ୍ଷରୁ ଆସନ୍ତା ଦୁର୍ଗାପୂଜା ଓ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ସଭା କଟକ ସହିଦ ଭବନ ମହାନଗର ପୂଜା କମିଟି ସାଧାରଣ ସମ୍ପାଦକ ତଥା ବାଙ୍କିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୋଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ ,ବାରବାଟୀ କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ,ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ,ମେୟର ସୁବାଷ ଚନ୍ଦ୍ର ସିଂ ,ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର, ଡେ଼ପୁଟି ମେୟର ଦମୟନ୍ତି ମାଝୀ ,କଟକ ଡ଼ିସିପି ପିନାକ ମିଶ୍ର, ସିପିଆଇ ଏମ ସମ୍ପାଦକ ଅମେରେନ୍ଦ୍ର ମହାନ୍ତି ,ବରିଷ୍ଟ ବିଜେପି ନେତା ନୟନ କିଶୋର ମହାନ୍ତି,ମହାନଗର ଶାନ୍ତି କମିଟି ସଭାପତି ,ଦେବେନ୍ଦ୍ରନାଥ ସାହୁ ,ସାଧାରଣ ସମ୍ପାଦକ ଭିକାରୀ ଦାଶ୍ ,ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ,ବିଜୟ କୁମାର ସାହୁ ,ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗ ଦେଇ ସେମାନଙ୍କ ମତ ଦେଇଥିବା ବେଳେ ,ଚଳିତ ବର୍ଷ ପ୍ରଥମ ଥର ପାଇଁ ଭସାଣି ଶୋଭାଯାତ୍ର ନିୟନ୍ତ୍ରଣ ପାଇଁ ପ୍ରତି ମେଢ଼ରେ ଲାଗିବ ଜିପିଏସ ବ୍ୟବସ୍ଥା ହେବା ସହ ସୁରକ୍ଷା ପାଇଁ ସହରରେ ୨୦୦ ସହ ସିସିଟିଭି ଲାଗିବା ସହ ପୂଜା ପୂର୍ବରୁ ସହରର ରାସ୍ତାଘାଟ ମରାମତି କରିବା ,ବିଦୂତ ଓ ଜଳ ଯୋଗାଣକୁ ନିରବିଛିନ୍ନ କରିବାକୁ ବୈଠକରେ ସ୍ଥିର ହୋଇଛି .

Leave a Reply

Your email address will not be published.