କପିଳାଶ ପୀଠରେ ମହା ଶିବରାତ୍ରି ଓ ଜାଗର ପର୍ବ ପାଇଁ ପୂଜାବିଧି ନିର୍ଘଣ୍ଟ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ଅଧିନ ପ୍ରସିଦ୍ଧ କପିଳାଶ ପୀଠ ରେ ବିରାଜିତ ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଙ୍କର୧୮ତାରିଖରେ ଅନୁଷ୍ଠିତ ମହାଶିବରାତ୍ରି ଓ ଜାଗର ପର୍ବ ପାଳନ ନିମନ୍ତେ ଜିଲ୍ଲା ଦେବୋତ୍ତର ବିଭାଗ ପକ୍ଷରୁ ପୂଜା ନୀତି କାର୍ଯ୍ୟ ନିର୍ଘଣ୍ଟ ସମୟ ମଧ୍ୟରେ ହେବାକୁ ସ୍ଥିରୀକୃତ ହୋଇଯାଇଛି ଠାକୁରଙ୍କର ଉକ୍ତ ଦିନ ପ୍ରାତ ସମୟ ଠାରୁ ପ୍ରତିଦିନ ପରି ସମସ୍ତ ନୀତି କାନ୍ତି କାର୍ଯ୍ୟ ସମ୍ପୂର୍ଣ ପରେ ସନ୍ଧ୍ୟା ସମୟରେ ଠାକୁରଙ୍କର ଜାଗର ପର୍ବ ପୂଜା ବିଧି ଆରମ୍ଭ ହେବ ପୂଜା ପଣ୍ଡା ଙ୍କ ଦ୍ୱାରା ସାନ୍ଧ୍ୟ ଧୂପ ଆଳତି ପରେ୭ଟା ସମୟରୁ୮,୩୦ମଧ୍ୟରେ ଠାକୁରଙ୍କର୪ପୂଜା ଅନୁଷ୍ଠିତ ହେବ ଏହାପରେ ରାତ୍ରି୮,୩୦ଠାରୁ୧୦ଟା ମଧ୍ୟରେ ପୀଠ ପୁରୋଧା ଙ୍କ ଦ୍ଵାରା୪ପୂଜା କର୍ଯ୍ୟ ସମ୍ପୂର୍ଣ୍ଣ ହେବ ସେହିପରି ରାତ୍ରି୧୦ଟା ଠାରୁ୧ଟା ମଧ୍ୟରେ ରାଜପୁରୋଧା ପଞ୍ଚାନନ ମିଶ୍ର ଙ୍କ ଦ୍ଵାରା ପ୍ରଥମେ ଠାକୁରଙ୍କ ବରଣ କାର୍ଯ୍ୟ ସମ୍ପନ୍ନ ଓ ପୁରୋଧା ଙ୍କ ଦ୍ଵାରା୪ପୁଜା ସମ୍ପନ୍ନ ଏହାପରେପ୍ରଥମ ରାଜଦର୍ଶନ କାର୍ଯ୍ୟ ଅନୁଷ୍ଠିତ ହେବ ରାତ୍ରି୧ଘଣ୍ଟିକା ଠାରୁ୨,୩୦ମଧ୍ୟରେ ରାଜପୁରୋଧା ଙ୍କ ଦ୍ଵାରା୪ପୂଜା ସଂପନ୍ନ ଏହାପରେ ରାତ୍ରୀ୩ଟା ସମୟ ମଧ୍ୟରେ ରାଜପୁରୋଧା ଓ ସମସ୍ତ ପୂଜକ ଙ୍କ ଦ୍ଵାରା ମିଳିତ ଭାବରେ ଠାକୁରଙ୍କର ମହା ରୁଦ୍ରଭିଷେକ କାର୍ଯ୍ୟ ସମ୍ପନ୍ନ ହେବ ସେହିପରି ରାତ୍ର୩ଠାରୁ୩,୫୦ମଧ୍ୟରେ ଠାକୁରଙ୍କର ମହାସ୍ନାନ ଓ ନାଗଭରଣ ବେଶ ଏବଂ ପଞ୍ଚବକ୍ର ପୂଜା ରାଜପୁରୋଧା ଙ୍କ ଦ୍ଵାରା ସମ୍ପନ୍ନ ହେବ ଏହାପରେ ରାଜା ସାହେବ ଙ୍କ ଦ୍ଵାରା ନାଗଭରଣ ବେଶ ଦର୍ଶନ ଓ ସେବା କାର୍ଯ୍ୟ ସମ୍ପାଦନ ହେବ ରାତ୍ରି,୩,୫୫ସମୟରେ ପୁଜା ପଣ୍ଡା ଙ୍କ ଦ୍ଵାରା ବେଢା ପୂଜା ବେଢା ପରିକ୍ରମା ଓ୪ଟା ସମୟରେ ପାଳିଆ ପୂଜକଙ୍କ ଦ୍ଵାରା ମହାଦୀପ ଉୟ ଉଠାନକାର୍ଯ୍ୟ ସମ୍ପାଦନହେବ ପୁଜା ପଣ୍ଡା ଙ୍କ ଦ୍ଵାରା୪,୨୫ମିନିଟରେ ହରିହର ଭେଟ କାର୍ଯ୍ୟ ସମ୍ପନ୍ନ ହେବ ରାତ୍ର୪,୩୦ଠାରୁ୪,୪୦ମଧ୍ୟରେ ପୂଜା ପଣ୍ଡା ଙ୍କ ଦ୍ଵାରା ଠାକୁରଙ୍କର ନିତ୍ୟଧୂପ ଓ ପହଡ଼ କାର୍ଯ୍ୟ ଅନୁଷ୍ଠିତ ହେବ ରାତ୍ର୪,୫୦ମିମିଟରେ ଠାକୁରଙ୍କର ଯୋଗନିଦ୍ରା ଭଙ୍ଗ5,50ମିନିଟରେ ଯୋଗୀମାନଙ୍କ ଦ୍ୱାରା ଠାକୁରଙ୍କର ଯୋଗିବେଶ ଅନୁଷ୍ଠିତ ହେବ ସକାଳ5,5ମିନିଟରେ ପୂଜକ ମାନଙ୍କ ଦ୍ୱାରା ମନ୍ଦିର ସଫେଇ ଓ ଠାକୁରଙ୍କର ମାଘ ସ୍ନାନ ପରେ ଠାକୁରଙ୍କର ଜୟମଙ୍ଗଲ ଆରାତ୍ରୀକ ତଥା ଅନ୍ୟାନ୍ୟ ନିତ୍ୟ ଧୁପାଦି କାର୍ଯ୍ୟ ଯଥା ବିଧି ପାଳନ କରାଯିବ ବୋଲି ସ୍ଥିରୀକୃତ ହୋଇଛି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.