ଡ୍ରଗ୍ସ କବଳରେ ରାଜଗାଙ୍ଗପୁର ସହର, ଚିରନିଦ୍ରାରେ ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ର ରାଜଗାଙ୍ଗପୁର ସହରରେ ବର୍ତ୍ତମାନ ଡ୍ରଗ୍ସ ନିଶା କାରବାର ଜୋର ସୋର ରେ ଚାଲିଛି। ଅବକାରୀ ବିଭାଗ ଏବଂ ପୋଲିସ ବିଭାଗ କିନ୍ତୁ ଆରାମରେ ଘୁଙ୍ଗୁଡ଼ି ମାରି ଶୋଇଛି। ସହରବାସୀ ଡ୍ରଗ୍ସ ମାଫିଆଙ୍କ କବଳରୁ ବଞ୍ଚିବା ପାଇଁ ତ୍ରାହି ତ୍ରାହି ଡାକୁଥିବାବେଳ ପ୍ରଶାସନ କିନ୍ତୁ ସବୁ ଦେଖି ଆଖିବୁଜି ଦେଇଛି। ଛୋଟ ଛୋଟ ପିଲାଙ୍କୁ ତିନିଶହ ଟଙ୍କା ମଜୁରୀ ଦେଇ ଡ୍ରଗ୍ସ ମାଫିଆମାନେ ସହରର ଗଲିକନ୍ଦିରେ ବିକ୍ରୀ କରାଉଛନ୍ତି। ଆଗରୁ ଏହା ଲୋକାଚୋରାରେ ବିକ୍ରୀ ହେଉଥିଲା, ଏବେ କିନ୍ତୁ ଦିନ ଦ୍ବିପହରରେ ଖୋଲା ଖୋଲି ବିକ୍ରୀ ହେଉଛି। ଛୋଟ ଛୋଟ ପାନଦୋକାନ,ନାସ୍ତା ଠେଲା,ଛୋଟ ଛୋଟ ହୋଟେଲ,କିରାନାଦୋକାନମାନଙ୍କରେ ନିର୍ଭୟରେ ଖୋଲା ଖୋଲି ବିକ୍ରୀ ହେଉଛି। ସନ୍ଧ୍ୟା ସମୟରେ ଶୁନଶାନ୍ ଗଲି ଜାଗାମାନଙ୍କରେ ମଦୁଆ ମାନେ ଯେପରି ମଦପିଇ ଆଡ୍ଡା ଜମାଇଥାନ୍ତି, ସେହିପରି ଏବେ ଡ୍ରଗ୍ସ ସେବନକାରୀ ନିଶାରେଚୁରହୋଇ ଆଡ୍ଡା ଜମାଇଛନ୍ତି। ବିଶେଷ କରି ୧୫ରୁ୩୫/୪୦ ବର୍ଷିୟ ଯୁବକ ଏହି ନିଶା କବଳିତ ହୋଇ ବିଭିନ୍ନ ପ୍ରକାର ଅପରାଧମାନ ଘଟାଇବାକୁ ପଛଉନାହାନ୍ତି। ଏସମ୍ପର୍କରେ କୁମ୍ଭାରପଡ଼ାବାସୀ ଏବଂ ମଧୁସୂଦନ କଲୋନୀବାସୀ ବହୁବାର ରାଜଗାଙ୍ଗପୁର ପୋଲିସ କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ରୁ ସହରବାସୀ ବର୍ତ୍ତମାନ ପୋଲିସ କୁ ଡ୍ରଗ୍ସ ମାଫିଆଙ୍କ ଦଲାଲ୍ କହିବାକୁ ଲାଗିଲେଣି। ଏଣୁ ଅବକାରୀ ବିଭାଗ ଏବଂ ପୋଲିସ ବିଭାଗ ବେଳହୁଁ ସାବଧାନ ନହେଲେ ଶାନ୍ତି ଶୃଙ୍ଖଳା ର ରାଜଗାଙ୍ଗପୁର ସହର ପରେ ଅପରାଧର ସହରରେ ପରିଣତ ହୋଇଯିବ ଏଥିରେ ଦ୍ବୀମତ ନାହିଁଁ .

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.