ରାଜଗାଙ୍ଗପୁର ପୋଲିସକୁ ବଡ଼ ସଫଳତା, ୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ ): ରାଜଗାଙ୍ଗପୁର ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି । ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହିତ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ । ମିଳିଥିବା‌ ସୂଚନା ଅନୁଯାୟୀ ଏକ ଲାଲ୍ ରଙ୍ଗର ମାରୁତି ସୁଜୁକିକାର ଏବଂ ଏକ ପିକଅପଭ୍ୟାନରେ ଗଞ୍ଜେଇ ଚୋରାଚାଲଣ ହେଉଥିବାର ଖବର ରାଜଗାଙ୍ଗପୁର ପୋଲିସକୁ ବିଶ୍ଵସ୍ତ ସୂତ୍ରରୁ ମିଳିଥିଲା । ଯାହାଫଳରେ ପୋଲିସ ରାଜଗାଙ୍ଗପୁର ବାଇପାସ୍ ଜାମପାଲି ଛକରେ ଗାଡ଼ି ତଲାସୀ କରିଥିଲା । ଏହି ସମୟରେ ଏକଲାଲମାରୁତି ଏବଂ ପିକଅପଭ୍ୟାନ ଆସିବାରୁ ପୋଲିସ ସତର୍କତା ସହିତ ଦୁଇଗାଡିକୁ ଅଟକାଇ ଯାଞ୍ଚ୍ କରିବାରୁ ସେଥିରେ ୯ଟିବସ୍ତାରେ ୪କୁଇଣ୍ଟାଲ୧୦ କେଜି ୩୦୦ ଗ୍ରାମର ଗଞ୍ଜେଇ ଥିବାର ପୋଲିସ ଦେଖିବାକୁ ପାଇଥିଲା । ପରେ ଗଞ୍ଜେଇ ଏବଂ ଦୁଇଟି ଗାଡ଼ିକୁ ଜବତ କରିବା ସହିତ ୫ଜଣକୁ ଗିରଫ କରିଥିଲା । ଜବତ ଗଞ୍ଜେଇର ଅନୁମାନିକମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତମାନଙ୍କଠାରୁ ପୋଲିସ ନଗଦ ୭ହଜାର ୪୦୦ଟଙ୍କା ଏବଂ ୬ଟି ମୋବାଇଲ ଫୋନ ଜବତ କରିଛି । ଏସମ୍ପର୍କରେ ରାଜଗାଙ୍ଗପୁର ଥାନାରେ ସୁନ୍ଦରଗଡ଼ ଏସପି ସାଗରିକାନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.