SCB ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର

କଟକ,(ନାଗରାଜ ନ୍ୟୁଜ ): SCB ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗ କରି ଦେଖାଇଛି ଏହି ସଫଳ ଅସ୍ତ୍ରୋପଚାର । ଯାହା ଓଡ଼ିଶାରେ ପ୍ରଥମ ବୋଲି ଜଣାପଡ଼ିଛି । ଏହି ଅସ୍ତ୍ରୋପଚାରରେ ଡାହାଣ ହାତରେ ଲାଗିଛି ବାମ ଗୋଡ଼ର ଆଙ୍ଗୁଳି । ଏହି ଅସ୍ତ୍ରୋପଚାର ସଫଳ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପାଇଁ ଆଣିଦେଇଛି ଏକ ବଡ଼ ସଫଳତା । ମେଡିକାଲର ୮ ଜଣ ଦକ୍ଷ ଡକ୍ଟର ଏହି ବିରଳ ଅପରେସନରେ ସାମିଲ ଥିଲେ। ଭଦ୍ରକର ସୀତାକାନ୍ତ ବାରିକ ତାମିଲନାଡୁରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସମୟରେ ତାଙ୍କ ହାତର ବୁଢା ଆଙ୍ଗୁଳି ସମ୍ପୂର୍ଣ୍ଣ କଟି ଯାଇଥିଲା । ଯାହାକୁ ନେଇ ଉକ୍ତ କମ୍ପାନୀର ମୁଖ୍ୟ ଓ ପରିବାର ଲୋକେ ସୀତାକାନ୍ତଙ୍କୁ ଏସିବି ମେଡିକଲର ପ୍ଲାଷ୍ଟିକ ସର୍ଜରି ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ କାଉନସିଲିଂ କରିବା ପରେ ଅପରେସନ କରିବା ପାଇଁ ଆରମ୍ଭ ହୋଇଥିଲା ସମସ୍ତ ପ୍ରସ୍ତୁତି । ପ୍ରାୟ ୮ ଘଣ୍ଟାର ଅପରେସନ ପରେ ନୂଆ ଜୀବନ ପାଇଛନ୍ତି ୨୫ ବର୍ଷୀୟ ଯୁବକ ସୀତାକାନ୍ତ । ତେବେ କମ୍ପାନୀରେ କାର୍ଯ୍ୟ କରିବା ସମୟରେ ଡାହାଣ ହାତର ବୁଢା ଆଙ୍ଗୁଳି କଟି ଯାଇଥିଲା ।ଗତ ୩ ମାସ ତଳେ ସେ ଆସିଥିଲେ ମେଡିକାଲ । ୧୦ ଦିନ ପୂର୍ବରୁ ହୋଇଥିଲା ଅପରେସନ। ବର୍ତ୍ତମାନ ଉକ୍ତ ଯୁବକ ସମ୍ପୂର୍ଣ୍ଣ ସୁସ୍ଥ ରହିଛି । ବାମ ଗୋଡ଼ର ଦ୍ବିତୀୟ ଆଙ୍ଗୁଳି ରକ୍ତ ନଳୀ, ସ୍ନାୟୁ, ହାଡ଼କୁ ଅଲଗା କରାଯାଇ ହାତ ବୁଢା ଆଙ୍ଗୁଳିରେ ଯୋଡ଼ା ଯାଇଛି । ୭ ଜଣ ଦକ୍ଷ ଡକ୍ଟର ଏହି ବିରଳ ଅପରେସନରେ ସାମିଲ ଥିଲେ । ଆଗାମୀ ଭବିଷ୍ୟତରେ ଏହି ଯୁବକ କୌଣସି ପ୍ରକାର ସ୍ବାସ୍ଥ୍ୟଗତ ଅସୁବିଧା ଉପୁଜିବନି ବୋଲି କହିଛନ୍ତି । ସେହିପରି ଗୋଡ଼ ମଧ୍ୟ ପୂର୍ବ ପରି କାର୍ଯ୍ୟ କରିବ ବୋଲି କହିଛନ୍ତି ପ୍ଲାଷ୍ଟିକ ସର୍ଜରି ବିଭାଗ ମୁଖ୍ୟ । ତେବେ ଏସସିବିରେ କରାଯାଇଛି ଏହି ବିରଳ ଅସ୍ତ୍ରୋପଚାର ।ଏହି ବିରଳ ଅସ୍ତ୍ରୋପଚାର ଲାଗି ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡ. ବିଭୁତି ଭୂଷଣ ନାୟକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ ଦୀର୍ଘ ସମୟ ଧରି OT ଭିତରେ ଏହି ଅସ୍ତ୍ରୋପଚାର ସଫଳତାର ସହ କରିଥିଲେ। ସୀତାକାନ୍ତ ବାରିକଙ୍କ ଡାହାଣ ଆଙ୍ଗୁଠି ମେସିନରେ କଟିଯିବା ଫଳରେ ସେ ବହୁ ଅସୁବିଧାର ସମ୍ମୁଖୀନ ହୋଇପଡ଼ିଥିଲେ । ଯୁବକଙ୍କ ଡାହାଣ ହାତର ବୁଢା ଆଙ୍ଗୁଠି ଆବଶ୍ୟକଠାରୁ ଛୋଟ ହୋଇଯାଇଥିଲା । ଫଳରେ ତାଙ୍କୁ ବିଭିନ୍ନ କାମ କରିବାରେ ସମସ୍ୟା ସୃଷ୍ଟି କରୁଥିଲା । ଆଙ୍ଗୁଠିକୁ କିଭଳି ଆବଶ୍ୟକ ମୁତାବକ ବଡ଼ କରାଯିବ ସେ ନେଇ ଯୁବକଙ୍କ ପରିବାର ଚିନ୍ତାରେ ଥିଲେ ।ସବୁ କାମ କରିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ ସୀତାକାନ୍ତ । ଏହି ସମସ୍ୟାକୁ ନେଇ ସେମାନେ ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ବିଭୁତି ଭୂଷଣ ନାୟକଙ୍କୁ ଦେଖା କରିଥିଲେ । ଡାକ୍ତର ନାୟକ ସମ୍ପୃକ୍ତ ଯୁବକଙ୍କୁ ଦେଖିବା ପରେ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି ବୋଲି କହିଥିଲେ। କିନ୍ତୁ ଏଥିପାଇଁ ଗୋଡର ଗୋଟିଏ ଆଙ୍ଗୁଠିକୁ କାଟିବାକୁ ପଡିଥିଲା । ସଫଳତାର ସହ ଅସ୍ତ୍ରୋପଚାର ଶେଷ ହୋଇଥିବା ବେଳେ ଯୁବକ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି ।

Leave a Reply

Your email address will not be published.