ଢେଙ୍କାନାଳରେ ନିଯୁକ୍ତି ମେଳା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ମହିଷାପାଟସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ନିଯୁକ୍ତି ମେଳା ସୋମବାର ଅନୁଷ୍ଠିତ ହୋଇଛି । ମୁଖ୍ୟଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ମେଳାକୁ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଉପାଧ୍ୟକ୍ଷା ବିଳାସିନୀ ସେଠୀ ଯୋଗଦେଇଥିବା ବେଳେ ଜିଲ୍ଲାପାଳ ସରୋଜ କୁମାର ସେଠୀ ସଭାପତିତ୍ୱ କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ କେ. ରୋଜା ଦୋରା ଧନ୍ୟବାଦ ଦେଇଥିଲେ । ତେବେ ନିଯୁକ୍ତି ମେଳାରେ କୌଣସି ଜିଲ୍ଲାର କମ୍ପାନୀ ନଆସି କେତେକ ଛୋଟ ତାଲିମ୍ ଦେବାପାଇଁ ସଂସ୍ଥା ଆସିଥିଲେ । ବାହାର ଅଞ୍ଚଳରୁ ଆସିଥିବା ସଂସ୍ଥାଗୁଡିକ କମ୍ ଦରମା ଦେଉନଥିବାରୁ ପିଲାମାନେ ସେଠାକୁ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏହାକୁ ନେଇ ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.