ସାମ୍ବାଦିକାରୁ ରାଜନୀତିରେ ପାଦ ଦେଲେ ରୀନା ବେହେରା, କଟକ ମୁନସିପାଲଟିର ୬ ନମ୍ବର ୱାର୍ଡ ପାଇଁ କଂଗ୍ରେସ କଲା ପ୍ରାର୍ଥୀ

କଟକ, (ନାଗରାଜ ନ୍ୟୁଜ): ପଞ୍ଚାୟତ ନିର୍ବାଚନ ପରେ ଏବେ ଜୋର ଧରିଛି ପୌର ନିର୍ବାଚନ । ଚାରିଆଡ଼େ ରାଜନୀତି ରହିଛି ସରଗରମ । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରୀୟା ଶେଷ ହୋଇସାରିଛି । କଟକ ମୁନସିପାଲଟିର ୬ ନମ୍ବର ୱାର୍ଡ ପାଇଁ ରୀନା ବେହେରାଙ୍କୁୁ କଂଗ୍ରେସ ପ୍ରାର୍ଥୀ ଭାବେ ମନୋନୀତ କରିଛି । ରୀନା ବେହେରା ଜଣେ ସମାଜସେବୀ, ଜଣେ ଆଗଧାଡ଼ିର ସାମ୍ବାଦିକା ଏବଂ ନାଗରାଜ ନ୍ୟୁଜର ସହ ସମ୍ପାଦକ ଥିଲେ । ସେ ସବୁବେଳେ ଖରା, ବର୍ଷା, ଝଡ଼ ଓ ତୋଫାନ କାହାରିକୁ ଖାତିର ନକରି ଲୋକଙ୍କ ହିତ ପାଇଁ ଆଗକୁ ଆସନ୍ତି ।

କରୋନା ସମୟରେ ଘର ଘରକୁ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝିଥିଲେ । ସବୁବେଳେ ସବୁସମୟରେ ଦୁଃଖି ଲୋକର ପାଖେ ଛିଡ଼ା ହୋଇଥାନ୍ତି ରୀନା ବେହେରା । ସୁବବେଳେ ସାହାର୍ଯ୍ୟର ମନୋବୃତ୍ତି ଏବଂ ବିକାଶର ମନୋବୃତ୍ତି ନେଇ କାର୍ଯ୍ୟ କରିଥାନ୍ତି । ନିଜ ୱାର୍ଡରେ ଯେଉଁ ସୁବ ଅବ୍ୟବସ୍ଥା ରହିଛି ସେସବୁକୁ ସୁଧାରିବା ପାଇଁ ନିରନ୍ତର ପ୍ରୟାସ କରିଥାନ୍ତି । ଆଜି ଏହି ସମାଜସେବୀ ଓ ସାମ୍ବାଦିକା ଜଣଙ୍କ ରାଜନୀତୀର ମଙ୍ଗ ଧରିଛନ୍ତି । ପରୋକ୍ଷ ଏବଂ ପ୍ରତ୍ୟେକ୍ଷରେ ଲୋକଙ୍କ ସାହାଯ୍ୟ କରିବା ପାଇଁ ରାଜନୀତିରେ ପାଦ ରଖିଛନ୍ତି । ଆଉ ରାଜନୀତିକୁ ଆସିବା ପରେ ସେ କେବଳ ଲୋକଙ୍କ ହିତ ପାଇଁ ହିଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏଭଳି ଜଣେ ସଚ୍ଚୋଟ, ଉଦାର ଏବଂ ପରୋପକାରୀ ପ୍ରାର୍ଥୀଙ୍କ ନେତୃତ୍ୱ ଲୋକଙ୍କ ପାଇଁ ନିହାତି ଆବଶ୍ୟକ । ତେଣୁ ରୀନା ବେହେରା ବିଜୟର ମୁକୁଟ ପିନ୍ଧିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏଭଳି ଜଣେ ଉଦାର ଚିନ୍ତାଧାରାର ପ୍ରାର୍ଥୀଙ୍କୁ ଲୋକେ ଜିତାଇବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published.