ରାଉରକେଲା ସହରରେ ତୃତୀୟ ଲିଙ୍ଗୀଙ୍କୁ ସମ୍ମାନ

ରାଉରକେଲା, (ନାଗରାଜ ନ୍ୟୁଜ): ସରକାରଙ୍କ ପକ୍ଷରୁ ସମାଜରେ ବସବାସ କରୁଥିବା ତୃତୀୟଲିଙ୍ଗୀଙ୍କୁ କିଭଳି ସମାଜ ସ୍ରୋତରେ ସାମିଲ କରିହେବ ସେନେଇ ଚାଲିଛି ବିଭିନ୍ନ ଯୋଜନା । ସମାଜରେ ସେମାନଙ୍କର ସମସ୍ତ ଭେଦ , ଭାବକୁ ଦୂର କରି କିଭଳି ସମ୍ମାନ ପ୍ରଦାନ କରାଯିବ ସେ ନେଇ ଏନେଇ ଆଜି ସନ୍ଧ୍ୟା ରେ ରାଉରକେଲା ସହରର ପ୍ଲାଣ୍ଟସାଇଟ ରିଙ୍ଗରୋଡ ଛକ ନିକଟରେ ଥିବା କାର କେ କେୟାର ’ ଦୋକାନର ଉଦଘାଟନ ଉତ୍ସବରେ ଦୋକାନର ମାଲିକ ଅମିତ ସାହୁ ମତ ପ୍ରକାଶ କରିଥିଲେ । ଏନେଇ ସେ ସୁନ୍ଦରଗଡ଼ ଜିଲ୍ଲା କିନ୍ନର ଆସୋସିଏସନର ସଭାପତି ଜୟା ତ୍ରିପାଠୀଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ କରି ନିଜ ଦୋକାନର ଶୁଭ ଉଦ୍‌ଘାଟନ କରିଥିଲେ । ଉକ୍ତ ‘ କାର କେ କେୟାର ’ ଦୋକାନରେ ସମସ୍ତ ପ୍ରକାରର କାର ସାଜସଜ୍ଜା ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ କାରର ଡେକ୍ସରେସନ ମଧ୍ୟ କରାଯିବ । ଆମକୁ ସମାଜରେ ବିଭିନ୍ନ ମହଲରୁ ସମ୍ମାନ ମିଳିବା ସହ ଏହି ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଁ ନିଜକୁ ଖୁସି ମନେ କରୁଛି ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ତ୍ରିପାଠୀ ମତ ପ୍ରକାଶ କରିଥିଲେ।

Leave a Reply

Your email address will not be published.