ଗଁନ୍ଦିଆ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ରିନାରାଣୀ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ପୁଣି ଥରେ ଶାସକ ବିଜେଡି ହାତରେ ରହିଲା ଗଁନ୍ଦିଆ ବ୍ଲକ ଶାସନର ଡୋରି । ଉକ୍ତ ଦଳର ସମର୍ଥିତ ପ୍ରାର୍ଥୀ ତଥା ମନ୍ଦାର ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ରିନାରାଣୀ ଖଟୁଆ ଆଜି ନିଦ୍ବନ୍ଦରେ ଉକ୍ତ ବ୍ଲକର ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଛନ୍ତି । ପ୍ରଥମେ ରିନାରାଣୀ ୪ଜଣ ସଦସ୍ୟଙ୍କ ସହିତ ବ୍ଲକକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏଥିରେ ପ୍ରସ୍ତାବକ ଭାବେ ଦେଓଗାଁ ପଂଚାୟତ ସମିତି ସଭ୍ୟା ପିଙ୍କି ପତି ଓ ସମର୍ଥକ ଭାବେ ଗଁଦିଆ ପଂଚାୟତ ସମିତି ସଭ୍ୟା ମମତା ବେହେରା ରହିଥିଲେ । ଏହାପରେ ଅନ୍ୟ୨୧ଜଣ ସଭ୍ୟ ଆସି ପହଂଚି ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ ଉକ୍ତ ବ୍ଲକର ମୋଟ୨୯ଜଣ ସଦସ୍ୟ ମାନଙ୍କ ମଧ୍ୟରୁ ୩ଜଣ ସଭ୍ୟଙ୍କୁ ବାଦ ଦେଇ ମୋଟ ୨୬ଜଣ ସଭ୍ୟ ଏହି ଅଧ୍ୟକ୍ଷା ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ । ଆଜିର ଏହି ନିର୍ବାଚନରେ ଅଧିକାରୀ ଭାବରେ ସଦର ବ୍ଲକ ବିଡିଓ ସୁଧୀର କୁମାର ନାୟକ କାର୍ୟ୍ୟ ପରିଚାଳନା କରିଥିଲେ । ତାଙ୍କୁ ଗଁଦିଆ ଅତିରିକ୍ତ ବିଡିଓ କିଶୋର ଚନ୍ଦ୍ର ସାହୁ ଓ ଜିପିଓ ଅଭିରାମ ନାୟକ ସହଯୋଗ କରିଥିଲେ । ଗଁଦିଆ ଓ ନିହଲପ୍ରସାଦ ଥାନାର ଦୁଇ ଥାନା ଅଧିକାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ୱ ଦେଇଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.