ଜଳ ସଂରକ୍ଷଣ ପାଇଁ ” ଛାତ ” ପଥପ୍ରାନ୍ତ ନାଟକ ପରିବେଷଣ

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ସରକାରଙ୍କର ଜଳସମ୍ପଦ ବିଭାଗ ପକ୍ଷରୁ ଆଜି କଟକ ସହରରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜଳ ସମ୍ପର୍କରେ ଏକ ଜନ ସଚେତନତା ସୃଷ୍ଟି କରାଯାଇଛି । ସଂଯୋଗ ନାଟକ ସଂସ୍ଥା ପକ୍ଷରୁ ” ଜଳ ହିଁ ଜୀବନ ” ଏହି ବିଷୟବସ୍ତୁକୁ ନେଇ ନାଟକ ପରିବେଷଣ କରାଯାଇଥିଲା । ଓଡ଼ିଶା ସରକାରଙ୍କର ଜଳସମ୍ପଦ ବିଭାଗ ଦ୍ବାରା ” ଛାତ” ଯୋଜନା ଉପରେ ଆଧାରିତ ସଚେତନତା ମୂଳକ ପଥପ୍ରାନ୍ତ ନାଟକ ସହରର ବିଭିନ୍ନ ସ୍ଥାନରେ ପରିବେଷଣ କରାଯାଇଛି । ନାଟକ ମାଧ୍ୟମରେ ବର୍ଷା ଜଳ ଅମଳ , ଭୂ-ତଳ ଜଳ ପୁନଃ ଭରଣ ସଚେତନତା ସୃଷ୍ଟି କରାଯାଇଛି । ଓଡ଼ିଶା ସରକାରଙ୍କର ଜଳସମ୍ପଦ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ “ଛାତ” ନାଟକ ମାଧ୍ୟମରେ ଜଳକୁ ଅପଚୟ ନକରି ସଂରକ୍ଷଣ କରି ରଖିବା ପାଇଁଁ ଜନସଚେତନତା ସୃଷ୍ଟି କରାଯାଉଛି । ଆଜି ସଂଯୋଗ ନାଟ୍ୟ ସଂସ୍ଥା ପକ୍ଷରୁ ବକ୍ସି ବଜାର, ଚଣ୍ଡୀ ଛକ ଏବଂ ଚାନ୍ଦିନୀଚୌକ ଠାରେ ନାଟକ ପରିବେଷଣ କରାଯାଇଥିଲା । ଆଗାମୀ ଦିନରେ ଜଳ ସଂକଟ ସମ୍ଭାବନା ଦୃଷ୍ଟିରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଏକ ଯୋଜନା କରାଯାଇ ନାଟକ ପରିବେଷଣ କରାଯାଉଛି ।

Leave a Reply

Your email address will not be published.