ସନ୍ଥ ଶ୍ରୀକ୍ଷେତ୍ର, ସନ୍ଥପୁରକୁ ଇଲେଇଜଙ୍ଗ ଗ୍ରାମ ତରଫରୁ ବନ୍ଧୁଭାର

ସନ୍ଥ ଶ୍ରୀକ୍ଷେତ୍ର,ସନ୍ଥପୁର କୁ ଇଲେଇଜଙ୍ଗ ଗ୍ରାମ ତରଫରୁ ବନ୍ଧୁଭାର ନିଆଯାଇଛି । ସନ୍ଥ ଶ୍ରୀକ୍ଷେତ୍ର,ସନ୍ଥପୁର ମନ୍ଦିର ବିଗ୍ରହ ପ୍ରତିଷ୍ଠା ରେ ଯୋଗଦେବା ପାଇଁ ସମସ୍ତ ଗ୍ରାମକୁ ବନ୍ଧୁ ଗୁଆ ଦିଆ ଯାଇଥିଲା । ତେବେ ବୁଡି ଯାଉଥିବା କଳା, ସଂସ୍କୃତି କୁ ମନେପକେଇ ଦେବାପାଇଁ ଇଲେଇଜଙ୍ଗ ଗ୍ରାମବାସୀ ମାନେ ଏକ ନିଆରା ପ୍ରୟାସ କରିଥିଲେ । ଇଲେଇଜଙ୍ଗ ଠାରୁ ସନ୍ଥ ଶ୍ରୀକ୍ଷେତ୍ର,ସନ୍ଥପୁରକୁ ,ସମସ୍ତ ପ୍ରକାର ଫଳ, ପନିପରିବା, ଭୋଗ, ଚାଉଳ ଇତ୍ୟାଦି ଭାର କରି ପଦଯାତ୍ରାରେ ପହଞ୍ଚିଥିଲେ । ଏ ବନ୍ଧୁଭାର କୁ ଦେଖି ସମସ୍ତେ ପୁରୁଣା କଥାକୁ ମନେପକାଇ ଦେଇଥିଲେ। ତେବେ ଏ ଭାରକୁ ନେଇ ଅଞ୍ଚଳବାସୀ ଭୂରି ଭୂରି ପ୍ରଶଂସା କରୁଥିଲେ।

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published.