ସ୍କାଏଲାଇଟ ଭାଙ୍ଗି ମୋବାଇଲ ଦୋକାନରୁ ଚୋରି

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧିନ ଡୁଙ୍ଗୁରା ବଜାରରେ ଥିବା ଜଗନ୍ନାଥ ପରିଡାଙ୍କ ମୋବାଇଲ ଦୋକାନରୁ ଗତ ରାତିରେ ସ୍କାଏଲାଇଟ ଭାଙ୍ଗି ମୋବାଇଲ ଚୋରିକରିନେଇଥିବା ଖଇରା ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାଇ ଗତକାଲି ବିଳମ୍ବିତ ରାତିରେ ଦୁବୁର୍ତ୍ତମାନେ ଜଗନ୍ନାଥଙ୍କ ମୋବାଇଲ ଦୋକାନର ସ୍କାଏଲାଇଟ ଭାଙ୍ଗି ଦୋକାନ ଭିତରୁ ମୋବାଇଲ ଚୋରିକରି ନେଇଥିଲେ। ଆଜି ଜଗନ୍ନାଥ ଦୋକାନକୁ ଆସି ମୋବାଇଲ ଚୋରି ହୋଇଥିବା ଜାଣି ଖଇରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୋକାନରେ ଲାଗିଥିବା ସିସିଟିଭି ଫୋଟେଜ ଆଧାରରେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ଚୋରି ହୋଇଥିବା ମୋବାଇଲର ମୂଲ୍ୟ ୬୦ହଜାରରୁ ଉର୍ଦ୍ଧ୍ବ ହୋଇଥିବାବେଳେ ଡୁଙ୍ଗୁରା ବଜାରରେ ବାରମ୍ବାର ଚୋରି ଡକାୟତି ହେଉଥିବାନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଥିବା ପ୍ରକାଶ କରିଛନ୍ତି।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.