ଦେଶୀ ମଦ ଚୋରା ଚାଲାଣ, ୩ ଅଭିଯୁକ୍ତ ଭିରଫ

ବାରଙ୍ଗ,(ନାଗରାଜ ନ୍ୟୁଜ): ବାରଙ୍ଗ ଥାନା ଅଞ୍ଚଳରେ ରନ୍ଧା ଦେଶୀ ମଦ ଚୋରା ଚାଲାଣ ହେଉଥିଲା । ଖବର ପାଇ ବାରଙ୍ଗ ଥାନା ୩ଟି ଭିନ୍ନ ଭିନ୍ନ ଟିମ୍ କରି ରତାଗଡ଼ ନୂଆସାହି, ଷଣ୍ଢପୁର ଓ ଅରିଲୋ ଛକ ପାଖରେ ନାକା କରି ରହିଥିଲେ । ୩ଟି ଗାଡ଼ିକୁ ଅଟକ ରଖି ଯାଞ୍ଚ କରିବାବେଳେ ତାଙ୍କ ପାଖରୁ ୧୨୦ ଲିଟର, ୧୨୦ ଲିଟର ଓ ୧୬୦ ଲିଟର (ସମୁଦାୟ ୧୦ଟି ଜାରକିନ ଓ ୪୦୦ ଲିଟର) ଦେଶୀ ରନ୍ଧା ମଦ ମିଳିଥିଲା । ଏଣୁ ୧୦ ଗୋଟି ଜାରକିନ ସମୁଦାୟ ୪୦୦ ଲିଟର ଦେଶୀ ମଦ ଓ ୩ ଗୋଟି ଗାଡ଼ିକୁ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତଦନ୍ତରୁ ଏହା ଜଣପଡ଼ିଛିଯେ, ଯୁବ ପିଢ଼ୀଙ୍କୁ ସହଜ ଉପାୟରେ ପଇସା ଉପାର୍ଜନ କରିବାର ସ୍ୱପ୍ନ ଦେଖାଇ ତାଙ୍କୁ ପଇସା ଓ ଗାଡ଼ି ଦେଇ ମୁଣ୍ଡଳୀର ମୁଖ୍ୟ ଚୋରା ମଦ ବେପାରୀ ତାଙ୍କୁ କାମରେ ଲଗାଉଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ଟିମ୍ ଗଠନ କରାଯାଇଛି । ତେବେ ଉକ୍ତ ୩ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତଙ୍କମାନେ ହେଉଛନ୍ତି ପ୍ରଶାନ୍ତ ବେହେରା, ରାହୁଲ ସାହୁ ଓ ଆଦିତ୍ୟ ବେଇ ।

Leave a Reply

Your email address will not be published.