ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଜେଡି ନେତା ପ୍ରଦୀପ ଗୁରୁଙ୍କ ବିରୁଦ୍ଧରେ ଏତଲା

ଟିଟଲାଗଡ଼, (ନାଗରାଜ ନ୍ୟୁଜ): ବିଜେଡି ନେତା ପ୍ରଦୀପ ଗୁରୁଙ୍କ ଗିରଫ ଦାବିରେ ଟିଟିଲାଗଡ଼ ଥାନାରେ ଅଭିଯୋଗ କଲା ଆଦିବାସୀ ସଂଘ । ପ୍ରଫୁଲ୍ଲ ଗୁରୁଙ୍କ ପୁଅ ପ୍ରଦୀପ ଗୁରୁଙ୍କୁ ଗିରଫ କରିବା ପାଇଁ ଟିଟିଲାଗଡ଼ ବ୍ଳକ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଏତଲା ଦିଆଯାଇଛି । ସଂଘର ଅଭିଯୋଗ ଅନୁସାରେ, ବିଜେଡି ନେତା ପ୍ରଦୀପ ଗୁରୁ ଗଣମାଧ୍ୟମରେ ସାମୁହିକ ଆଦିବାସୀ ସମାଜକୁ କଟୁ ସମାଲୋଚନା କରିଛନ୍ତି । ତଥା କଥିତ ବିଜେଡି ନେତା ଗୁରୁ ଆଦିବାସୀମାନଙ୍କ ସାମ୍ବିଧାନିକ ଅଧିକାରର ଲଢେଇରୁ ନିବୃତ୍ତ ରହିବାକୁ ଧମକ ଦେଇଛନ୍ତି ।

ଆଦିବାସୀ ସମାଜରେ ଅନ୍ୟ ଲୋକର ପ୍ରରୋଚନାରେ ଆନ୍ଦୋଳନ କରୁଛନ୍ତି ବୋଲି ପ୍ରତିଶୋଧ ପରାୟଣ ହୋଇ ମିଥ୍ୟା ତଥ୍ୟ ଦେଇଛନ୍ତି । ଏଣୁ ଆଦିବାସୀ ହରିଜନ ନିର୍ୟାତନା ନିବାରଣ ଆଇନ ୧୯୮୯,ଆଦିବାସୀ ସମ୍ପ୍ରଦାୟର ମାନ ମର୍ୟ୍ୟାଦା ହାନୀ ଅପରାଧ ଓ ଧମକ ଚମକ ଅପରାଧରେ ଗିରଫ କରିବାକୁ ଦାବୀ କରାଯାଇଛି । ଆଦିବାସୀ ସଂଘର ଥବିର ପୁଝାରୀ, ଭୁବନ ମାଝୀ, ହେମନ୍ତ ମାଝୀ, ଜଗନ୍ନାଥ ମାଝୀ, ଗୋଲକ ବିହାରୀ ସିଂ ଭୋଇ, ଗୌରହରି ମାଝୀ, ଚନ୍ଦ୍ରକାନ୍ତ ଭୋଇ, ଉପେନ୍ଦ୍ର ମାଝୀ, ଦିଲୀପ ମାଝୀ,ପତରଙ୍ଗୀ ମାଝୀ ଓ ବିଶାଖା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.