ପିଙ୍ଗୁଆ ଡିଗ୍ରୀ ମହାବିଦ୍ୟାଳୟରେ ରେ ଏନଏସଏସ ତରଫରୁ ସ୍ୱତନ୍ତ୍ର ଜାତୀୟ ସେବା ଶିବିର

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଭାରତ ସରକାର ଙ୍କ ଜାତୀୟ କ୍ରୀଡା ଓ ଜୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଜାରି ରହିଛି।ଏହି ଉପଲକ୍ଷେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ର ପିଙ୍ଗୁଆ ଡିଗ୍ରୀ କଲେଜ ରେ ପୂଜା କାଳିନ ସ୍ୱତନ୍ତ୍ର ଶିଵିର ଆୟୋଜନ କରାଯାଇଛି। ଶିବିର ର ଷଷ୍ଠ ଦିବସ ରେ କାର୍ଯ୍ୟକ୍ରମ ଅଧିକାରୀ ଦିପ୍ତିରଞନ ମହାଳିକ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପିଙ୍ଗୂଆ ମହୋତ୍ସବ ପରେ ଅପରିଷ୍କାର ହୋଇ ପଡିଥିବା ଵିସ୍ତିର୍ଣ୍ଣ ପଡିଆକୁ ପଚାଶ ଜଣ ଶିଵିରାର୍ଥୀଙ୍କୁ ନେଇ । ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ପରିଷ୍କାର କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ପବିତ୍ର ରଞ୍ଜନ ମହାଳିକ, ସମିତି ସଭ୍ୟ ଶ୍ରୀନିବାସ ସାହୁ,ଗ୍ଁନ୍ଦିଆ ଡିଜିଟାଲ ମିଡିଆ ଆସୋସିଏସନ୍ ର ସଭାପତି ପ୍ରଦିପ କୁମାର ଦାସ, ସଂପାଦକ ବାଦଲ ମହାନ୍ତି ପ୍ରମୁଖ ଉକ୍ତ ସେବା କାର୍ଯ୍ୟରେ ଯୋଗଦେଇ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହିତ ମାର୍ଗ ଦର୍ଶନ ଦେଇଥିଲେ |

ଢେ଼ଙ୍କାନାଳରୁ ସୌମ୍ୟା ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.