ସିଆରଆରଆଇ ଥାନା ଅସ୍ଥାୟୀ ଭଡା ଘରେ ଉଦଘାଟିତ

କଟକ,(ନାଗରାଜ ନ୍ୟୁଜ): ବହୁ ପ୍ରତିକ୍ଷୀତ ପରେ ଆଜି ବିଦ୍ୟାଧରପୁର ସ୍ଥିତ ସି. ଆର. ଆର. ଆଇ ଥାନା ଏକ ଅସ୍ଥାୟୀ ଭଡା ଘରେ ଉଦଘାଟିତ ହୋଇଯାଇଛି l ରାଜ୍ୟ ପୋଲିସ ମହାନିର୍ଦ୍ଧେଶକ ଶ୍ରୀ ସୁନୀଲ ଵଂଶାଲ ଏହି ସି. ଆର. ଆର.ଆଇ ଥାନା କୁ ଲୋକାର୍ପଣ କରିଛନ୍ତି l ପ୍ରଥମେ ଏ ଥାନାଟି ଅସ୍ଥାୟୀ ଭାବରେ ଏକ ଭଡା ଘରେ ଥାନା କାର୍ଯ୍ୟ ଆରମ୍ଭ ହେବ l ଏଥିପାଇଁ ସି. ଆର. ଆର. ଆଇ ଥାନା ପାଇଁ ନୂଆ ଅଧିକାରୀ ଓ ଅନ୍ୟ କର୍ମଚାରୀ ଙ୍କୁ ନୂତନ ଥାନା ପାଇଁ ନିଯୁକ୍ତି ଦିଆଯାଇଛି l ସି. ଆର. ଆର. ଆଇ ପକ୍ଷରୁ 63ଡି. ସି. ମିଲ ଜମି ସରକାର ଙ୍କୁ ଯୋଗାଇ ଦିଆଯାଇଛି l ଉକ୍ତ ଜମିରେ ପ୍ରାୟ 3କୋଟି ଟଙ୍କା ବ୍ୟୟ ରେ ଥାନା ପାଇଁ ନୂତନ କୋଠା ନିର୍ମାଣ କରାଯିବ l ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଆସନ୍ତା 2023 ସୁଦ୍ଧା ଥାନା କୋଠା ନିର୍ମାଣ କାର୍ଯ୍ୟ ଶେଷ କରାଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି l ସେହିପରି ଖୁବଶୀଘ୍ର କମିଶନରେଟ ପୋଲିସ ନୂଆଜୋନ ଘୋଷଣା କରିବାକୁ ନିଷ୍ପତି ନେଇଛନ୍ତି l ଜମି ଟି ଖାଲୁଆ ହୋଇଥିବାରୁ ତାହାକୁ ପୋତା ଯିବା ଓ ସୁରକ୍ଷା ପାଚେରୀ ନିର୍ମାଣ କାର୍ଯ୍ୟ ପ୍ରଥମେ କରାଯିବା ପରେ କୋଠା ତିଆରି ଆରମ୍ଭ ହେବ l ସମ୍ପୂର୍ଣ ଭାବ ରେ ଏହା ଏକ ଅତ୍ୟଧୁନିକ ଥାନା ନିର୍ମାଣ କରାଯିବ l ଏଥିରେ 3ରୁ ଅଧିକ ହାଜତ, ବାରାକ, ମହିଳା ଓ ଶିଶୁ ଡେସ୍କ ଏବଂ ପ୍ରତୀକ୍ଷାଳୟ ଆଦି ରହିବ l ଏହାଛଡା ସଡ଼କ ଦୁର୍ଘଟଣା ଆହତ ହେଉଥିବା ବ୍ୟକ୍ତି ମାନଙ୍କୁ ଏଠାରେ ପ୍ରାଥମିକ ଚିକିତ୍ସା ଦିଆଯିବାର ବ୍ୟବସ୍ଥା ରହିଛି l ଆସନ୍ତା 2023ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେବ l ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଧେଶକ ଶ୍ରୀ ସୁନୀଲ ବଂ ଶାଲ ଜିଲ୍ଲା ତଥା ରାଜ୍ୟ ର ବହୁ ବିଶିଷ୍ଠ ବ୍ୟକ୍ତି ମାନଙ୍କ ର ଉପସ୍ଥିତି ରେ ଅସ୍ଥାୟୀ ଭଡା ଘରେ ସି. ଆର. ଆର. ଆଇ ଥାନା କୁ ଉଦଘାଟନ କରିଛନ୍ତି l ଏହି ଉଦ୍ଘାଟନ ଉତ୍ସବରେ ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ଵାଳ,କଟକ ମେୟର ସୁବାସ ସିଂହ, ଦୈତ୍ୟ ନଗରୀର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ଡିସିପି ପିନାକ ମିଶ୍ର ଙ୍କ ସମେତ ସ୍ଥାନୀୟ ଅଞ୍ଚଳ ର ବହୁ ବରିଷ୍ଠ ନାଗରିକ ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଶେଷରେ ଏସିପି ଅରୁଣ କୁମାର ସ୍ବାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published.