ସ୍କୁଲରେ ଶିକ୍ଷକ ମରୁଡି ନେଇ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଦଶମାଣପାଟଣା ବିଦ୍ୟାପିଠରେ ତାଲା ପକାଇ ସ୍କୁଲ ଗେଟ ଆଗରେ ବସିଛନ୍ତି ଛାତ୍ର ଛାତ୍ରୀ।ଖାଲି ପଡିଥିବା ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ପୁରଣ ପାଇଁ ଦାବୀ ପରେ ବିଭାଗୀୟ ଅଧିକାରୀ କର୍ଣ୍ଣପାତ ନକରିବାରୁ ସ୍କୁଲ ଗେଟରେ ତାଲା ପକା ଯାଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ।ସ୍କୁଲରେ ନବମ ଦଶମ ଶ୍ରେଣୀ ପାଇଁ ମୋଟ ୯୧ ଛାତ୍ର ଛାତ୍ରୀ ଥିବା ବେଳେ ଆଠଜଣ ଶିକ୍ଷକଙ୍କ ଯାଗାରେ ଅଛନ୍ତି ମାତ୍ର ଚାରିଜଣ।ସେଥିରୁ ପୁଣି ବର୍ତ୍ତମାନର ହିନ୍ଦୀ ଶିକ୍ଷକଙ୍କ ଅନ୍ୟତ୍ର ସ୍ଥାନାନ୍ତର ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଘୋଷଣା ପରେ ସ୍କୁଲରେ ଦେଖାଦେଇଛି ଅସନ୍ତୋଷ।ସୁଚନା ଅନୁସାରେ ୨୦୦୪ ମସିହାରେ ଜଣେ ଶିକ୍ଷୟତ୍ରୀଙ୍କ ଅକସ୍ମାତ ମୃତ୍ୟୁ ଓ ୨୦୧୯ ,୨୦,୨୧ ରେ ଲଗାତାର ତିନିଜଣ ଶିକ୍ଷକଙ୍କ ଅବସର ପରଠୁ ଅଧା ଶିକ୍ଷକ ପଦବୀ ଏଠି ଫାଙ୍କା ପଡିଛି।ଯେଉଁଥି ପାଇଁ ପିଲାଙ୍କ ପାଠ ପଢାରେ ବର୍ଷ ବର୍ଷ ଧରି ବ୍ୟାଘାତ ସୃଷ୍ଟି ହୋଇ ଆସୁଛି।ହେଲେ ଅଭିଯୋଗ ପରେ ବି ଧ୍ୟାନ ଦିଆ ଯାଉନଥିବାରୁ ଆଜି ସ୍କୁଲରେ ବାଧ୍ୟ ହୋଇ ତାଲା ପକା ଯାଇଛି ବୋଲି କହିଛନ୍ତି ଅଭିଭାବକ ଓ ସ୍କୁଲ ପ୍ରତିଷ୍ଠାତା। ଆବଶ୍ୟକ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି ଅଭିଭାବକ ଗ୍ରାମବାସୀ ।ଏପଟେ ସିଆରସିସି କହିଛନ୍ତି ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.