ଯବାନ ମାନଙ୍କୁ ଶପଥ ପାଠ

କଟକ,(ନାଗରାଜ ନ୍ୟୁଜ): ସର୍ବବିଧ ସୁରକ୍ଷାର କୁ ଅଗ୍ରାଧିକାର ଦେଇ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ସମଗ୍ର ଦେଶରେ ଶିଳ୍ପାୟତନ ତଥା ଏବଂ ଏହାର ଅଭିବୃଦ୍ଧି କୁ ଗୁରୁତ୍ଵ ଦେଇ ଆସିଛି।ଶୃଙ୍ଖଳା ଏବଂ ନିୟମର ପରିସୀମା ଭିତରେ ଯବାନ ମାନେ କାମ କରିଲେ ଶିଳ୍ପାୟତନର ସୁରକ୍ଷା ସହ ସମୃଦ୍ଧି ମଧ୍ୟ ହୋଇପାରିବ।କର୍ତ୍ତବ୍ୟ ପ୍ରତି ନିଷ୍ଠା ରହିଲେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ଯବାନ ମାନେ ମଧ୍ୟ ସର୍ବୋତ୍କୃଷ୍ଟ ଦେଶ ସେବାର ଉଦାହରଣ ପାଲଟି ପାରିବେ ବୋଲି କେନ୍ଦ୍ରୀୟ ନିରାପତ୍ତା ବାହିନୀର ଅତିରିକ୍ତ ମହା ନିର୍ଦେଶକ ଅରବିନ୍ଦ ଦୀପ କହିଛନ୍ତି । ଆଜି କଟକ ମୁଣ୍ଡଳୀ ସ୍ଥିତ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଶିକ୍ଷା ନବିଶ ମାନଙ୍କର ୪୪ତମ ପାସିଂ ଆଉଟ୍ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ। ପ୍ରତିଷ୍ଠାନର ଅଧକ୍ଷ ତଥା କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର DIG ମାମ୍ମୁନ ଉର ରସିଦ ଦେଶ ପ୍ରତି ଅନୁରକ୍ତ ରହିବା ସହ ମାତୃଭୂମିର ସେବା ପ୍ରତି କର୍ତ୍ତବ୍ୟ ନିଷ୍ଠ ହେବାକୁ ଯବାନ ମାନଙ୍କୁ ଶପଥ ପାଠ କରାଇ ଥିଲେ। ଏହି ଉତ୍ସବରେ କଟକ ଭୁବନେଶ୍ୱର ଯୁଗ୍ମ ନଗରୀର ମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଙ୍କ ସମେତ ବହୁ ପୋଲିସ ପଦାଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦୀପ କୃତୀ ପ୍ରଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ପ୍ରଶିକ୍ଷାର୍ଥି ମାନେ ଚିତ୍ତାକର୍ଷକ ସମର କଳା ପ୍ରଦର୍ଶନ କରିଥିଲେ। ଏହି ବ୍ୟାଚ୍ ରେ ୧୦୫୯ ଜଣ ଯବାନ ପ୍ରଶିକ୍ଷିତହୋଇଛନ୍ତି।

Leave a Reply

Your email address will not be published.