୨୦ତମ ନବରାତ୍ର ଦୂର୍ଗା ପୂଜା ଆରମ୍ଭ

ପାଟଣାଗଡ଼:(ନାଗରାଜ ନ୍ୟୁଜ) ପାଟଣାଗଡ଼ ଐତିହ୍ୟ ଶକ୍ତି ପୀଠ କଲେଜ ଛକ ସ୍ଥିତ ଗଙ୍ଗାଧର ପାର୍କ ପରିସରରେ ୨୦ତମ ନବରାତ୍ର ଦୂର୍ଗା ପୂଜା ଆରମ୍ଭ ହୋଇଯାଇଛି । ନବରାତ୍ର ଦୂର୍ଗା ପୂଜା କମିଟିର କାର୍ୟ୍ୟକାରୀ ସଭାପତି ସତ୍ୟନାରାୟଣ ପୁରୋହିତଙ୍କ ନେତୃତ୍ୱରେ ମାଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ହେଉଛି । ଏଥିରେ ପାଟଣାଗଡର ଲୋକ ପ୍ରିୟ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପରିଚାଳନା କମିଟିର ଉପସଭାପତି ରମେଶ ଚନ୍ଦ୍ର ଯୋଶୀ, ପ୍ରବିଣ କୁମାର କୁଅଁର, ସଂପାଦକ ବାସୁଦେବ ପାଢ଼ୀ, ସହ ସମ୍ପାଦକ ବିଶ୍ୱରଞ୍ଜନ ରାଓ, ନିରଞ୍ଜନ ପୁରୋହିତ, ଡିଙ୍ଗର ମେହେର, ମୁରଲି ଧର ଷଡ଼ଙ୍ଗୀ , ସହଦେବ ପୁରୋହିତ ,ତୋଷରାମ ମେହେର, ଶୋଭାକର ମେହେର, ମୁଖ୍ୟ କର୍ତ୍ତା ଗୋବିନ୍ଦ ସାହୁ ଓ ତାଙ୍କ ସପତ୍ନୀଙ୍କ ସମେତ ସହରର ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ । ଆଜି ମାଁଙ୍କୁ ଷୋଡ଼ଶ ଉପଚାରରେ ଦେବୀଙ୍କ ଆବାହନ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି ।

 

ଶୁକ୍ରବାର ବ୍ରହ୍ମଚାରିଣୀ, ଶନିବାର ଚନ୍ଦ୍ରଘଣ୍ଟା , ରବିବାର କୁଷ୍ମାଣ୍ଡ ଓ ସ୍କନ୍ଦମାତା, ସୋମବାର କାତ୍ୟାୟନୀ, ମଙ୍ଗଳ ବାର କାଳରାତ୍ରୀ ଅଷ୍ଟମ ପୂଜା, ବୁଧବାର ମହାଗୈ।ରୀ ସିଦ୍ଧି ପୂଜା, ଗୁରୁବାର ସିଦ୍ଧି ନବକୁମାରୀ ପୂଜନ, ଶୁକ୍ରବାର ଅପରାଜିତ ଆଦି ମାଁଙ୍କ ଅବତାର ରୂପେ ପୂଜାର୍ଚ୍ଚନା କରାଯିବ । କରୋନା କଟକଣା ଯୋଗୁଁ ଭକ୍ତ ଦର୍ଶନ କରିବାକୁ ବାରଣ କରାଯାଉଥିବା ବେଳେ ସାଂସ୍କୃତିକ କାର୍ୟ୍ୟକ୍ରମ ମଧ୍ୟ ବନ୍ଦ ରହିଛି ବୋଲି କମିଟିର ସଭାପତି ପୁରୋହିତ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.