ଆରମ୍ଭ ହେଲା ୨୭ତମ ରାଜ୍ୟସ୍ତରୀୟ ଟେବୁଲ ଟେନିସ ପ୍ରତିଯୋଗିତା

କଟକ, (ନାଗରାଜ ନ୍ୟୁଜ ): ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆରମ୍ଭ ହେଲା ୨୭ତମ ରାଜ୍ୟସ୍ତରୀୟ ଟେବୁଲ ଟେନିସ ପ୍ରତିଯୋଗିତା । ୧୪ଟି ଇଭେଣ୍ଟରେ ଖେଳାଯାଉଛି ମ୍ୟାଚ । ଏହି ପ୍ରତିଯୋଗିତା ଶୁକ୍ରବାର ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୨ ତାରିଖ ପର୍ୟ୍ୟନ୍ତ ଚାଲିବ । ଫାଇନାଲରେ ବିଜୟ ଟିମକୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ରାଜ୍ୟ ଟେବୁଲ ଟେନିସ ସଂଘ । ତୃଣମୂଳ ସ୍ତରରେ ଦକ୍ଷ ଓ ପ୍ରତିଭାବାନ ଟେବୁଲ ଟେନିସ ଖେଳାଳିମାନଙ୍କ ପରିଚୟ ଖୋଜିପାଇବା ସହ ଅଧିକ ସୁଯୋଗ ଓ ପ୍ରଶିକ୍ଷଣ ପ୍ରଦାନ କରି ଓଡିଶାକୁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିବା ଏହି ପ୍ରତିଯୋଗିତା ଆୟୋଜନର ମୂଳ ଲକ୍ଷ୍ୟ ।

Leave a Reply

Your email address will not be published.