ତେନ୍ତୁଳି ଗଛରୁ 60 ବର୍ଷୀୟ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ମାଖନପୁର ପଞ୍ଚାୟତ ର କାସିନ୍ଦିପୁର ବଡ଼ପଦା ପଡିଆଠାରେ ଥିବା ଏକ ତେନ୍ତୁଳି ଗଛରେ ଜଣେ 60 ବର୍ଷୀୟ ବୃଦ୍ଧ ଏକ ଗାମୁଛାରେ ଝୁଲୁଥିବା ରେ ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ ମଧୁସୂଦନ ସେଠୀ ବୟସ 60 ତାଙ୍କ ଘର ସୋର ଥାନା ଅନ୍ତର୍ଗତ ଋଷ ପାଟୁଳୀଦା ଗ୍ରାମରେ । ସେ ଗତ ଶୁକ୍ରବାର ଦିନ ଠାରୁ ନିଖୋଜ ଥିବା ନେଇ ସୋର ଥାନା ରେ ତାଙ୍କ ପୁଅ ଅଭିଯୋଗ କରିଥିଲେ। କିନ୍ତୁ ଆଜି ମଧୁସୂଦନ ଙ୍କ ମୃତ ଦେହ ତେନ୍ତୁଳି ଗଛ ରେ ଝୁଲୁଥିବା ର ଦେଖିବାକୁ ମିଳିଥିଲା। ଆଜି ଦିନ 12ଟା ସମୟ ରେ କିଛି ଲୋକ ଗୋବର ଗୋଟେଇବାକୁ ଯାଇଥିବା ସମୟରେ ବଡପଦା ଠାରେ ଥିବା ଏକ ତେନ୍ତୁଳି ଗଛରେ ଜଣେ ଲୋକ ଝୁଲୁଥିବା ର ଦେଖି ଆଖ ପାଖ ଗାଁ କୁ ଖବର ଦେବା ସହିତ ଖଇରା ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହ ଉଦ୍ଧାର କରି ଶବ ବେବଛେଦ ପାଇଁ ସୋର ଡାକ୍ତର ଖାନା କୁ ପଠେଇବା ସହିତ ଘଟଣା ର ତଦନ୍ତ ଚଳାଇଛି। ପ୍ରଥମେ ଲୋକଟିକୁ ଦେଖି କେହି ଚିହ୍ନି ପାରି ନଥିଲେ ପରେ ଖବର ପାଇ ମଧୁସୂଦନ ଙ୍କ ଶଳା ଆସି ସେ ତାଙ୍କ ଭିଣେଇ ବୋଲି ଚିହ୍ନଟ କରିଥିଲେ। ଓ ପରେ ମଧୁସୂଦନ ଙ୍କ ପରିବାର କୁ ଖବର ଦେବା ପରେ ତାଙ୍କ ପୁଅ ମାନେ ଆସି ସେ ତାଙ୍କ ବାପା ବୋଲି ଚିହ୍ନଟ କରିଥିଲେ। ତାଙ୍କ ପୁଅ ମାନଙ୍କ କହିବା ଅନୁଯାୟୀ ତାଙ୍କ ବାପା କିଛି ଟଙ୍କା କରଜ କରିଥିଲେ ସେହି ଟଙ୍କା ପାଈଁ ତାଙ୍କୁ କେହି ମାରି ଦେଇଛନ୍ତି ବୋଲି ତାଙ୍କ ପୁଅ ମାନେ ସନ୍ଧେହ କରୁଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.