ବୋମା ଫୁଟି ଗାଈ ଗୁରୁତର

ବାଙ୍କୀ, (ନାଗରାଜ ନ୍ୟୁଜ): ବାରାହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଖାଇ ଗାଈ ଗୁରୁତର । ବାଙ୍କୀ ଡମପଡା ବ୍ଲକ କରବର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତକାଲି ଅପରାହ୍ନରେ ଏହି ଗାଁର ସିଧେଶ୍ୱର ନନ୍ଦଙ୍କ ଗାଈ କରବର ଗ୍ରାମଠାରୁ ଶୁଖୁଆ ଖଳା ଗ୍ରାମ ପଡ଼ିଆକୁ ଚରିବାକୁ ଯାଇଥିବାବେଳେ ବାରହା ଶିକାର ପାଇଁ କେହି ଦୁର୍ବୁତ୍ତ ବୋମା ଖଞ୍ଜିଥିବା ବେଳେ ଗାଈଟି ଏହାକୁ ଖାଇ ଦେଇଥିଲା । ଫଳରେ ବୋମାଟି ଗାଈର ପାଟି ଭିତର ଫୁଟି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳେ ଡମପଡା ପଶୁ ଡାକ୍ତର ପଂହଁଚି ଚିକିତ୍ସା ପାଇଁ ଭୁବନେଶ୍ୱର ନେଇଛନ୍ତି । ଯେଉଁମାନେ ଏଭଳି ବାରାହା ମାରିବାକୁ ବୋମା ରଖୁଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଗୁରୁତର ଗାଈର ଚିକିତ୍ସା କରି ଭଲରେ ଘରକୁ ଫେରାଇ ଆଣିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published.