ବୁଲେଟ ସହ ବସ୍ ମୁହଁ।ମୁହିଁ ଧକ୍କା, ଜଣେ ମୃତ ଜଣେ ଆହତ

ବାରଙ୍ଗ, (ନାଗରାଜ ନ୍ୟୁଜ): ବାରଙ୍ଗ ତ୍ରିଶୁଲିଆ ସୁବାସ ବୋସ୍ ସେତୁ ଉପରେ ବୁଲେଟ ସହ ସରକାରୀ ବସ୍ ର ମୁହଁ।ମୁହିଁ ଧକ୍କା । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇ ମେଡିକାଲ୍ ରେ ଭର୍ତି ହୋଇଛନ୍ତି । 18ନମ୍ବର ସରକାରୀ ବସ୍ ଓଡି 33V 2410 କଟକ ଆଡୁ ବାରଙ୍ଗ ଆସୁଥିବା ବେଳେ ବାରଙ୍ଗ ପଟୁ ଯାଉଥିବା ବୁଲେଟ ଓଡି 15 D 7777 ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ଯୋଗୁଁ ମେଡିକାଲ୍ ରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ ମର୍କତ ନଗର ଥାନା ପହଂଚି ତଦନ୍ତ ଜାରୀ ରଖିଛି ।

Leave a Reply

Your email address will not be published.